ଜିଲ୍ଲା ଓଷ୍ଟା ସଙ୍ଘ କାର୍ଯ୍ୟାଳୟର ନୂତନ ଗୃହ ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡା ୨୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା କାର୍ଯ୍ୟାଳୟର ନୂତନ ଗୃହର ପ୍ରତିଷ୍ଠା ଉତ୍ସବ ଓ ସେବା ନିବୃତ ଜିଲ୍ଲା ଓଷ୍ଟା ପରିବର୍ଦ୍ଧିତ କାର୍ଯ୍ୟକାରି କମିଟିର ସମସ୍ତ ପ୍ରାକ୍ତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧର୍ନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ଜିଲ୍ଲା ସଭାପତି କ୍ଷିରୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ, ରାଜ୍ୟ ଓଷ୍ଟା ସଭାପତି ବିନୋଦ ବିହାରି ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ସମ୍ପାଦକ ସନ୍ତୋଷ କୁମାର ଭଟ୍ଟ, ନିର୍ମଳ କୁମାର ନାୟକ, ପୁରୀ ଜିଲ୍ଲା ସମ୍ପାଦକ ମହେନ୍ଦ୍ର କୁମାର ରଣସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେଜିଲ୍ଲା ଓଷ୍ଟା ପରିବର୍ଦ୍ଧିତ କାର୍ଯ୍ୟକାରି କମିଟିର ସମସ୍ତ ପ୍ରାକ୍ତନ ଶିକ୍ଷକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧର୍ିତ କରାଯାଇଥିଲା। ପ୍ରଦାନ ରାଜନଗର ବ୍ଲକ ସମ୍ପାଦକ ମହେଶ୍ୱର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରଣବ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ନପୂର୍ଣ୍ଣା ସାହୁ, ମଳୟ ପାଣି, ରମେଶ ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ପରିଡା, ଅଜୟ କୁମାର ନାୟକ, ପ୍ରମୋଦ କୁମାର ବେହେରା, ଚିତରଞ୍ଜନ କବି, ଅଶୋକ କୁମାର ପରିଡା, ଭଗବାନ ସାହୁ ପ୍ରମୁଖ ମଂଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *