ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକଙ୍କ ଆଶୁ ଆରୋଗ୍ୟ କାମନାରେ ସାମୁହିକ ଦୀପଦାନ କଲେ ଓକିଲ

କେନ୍ଦ୍ରାପଡା ୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସମ୍ପାଦକ ଗଗନ ବିହାରୀ ଜେନାଙ୍କ ଆଶୁ ଆରୋଗ୍ୟ କାମନାକରି ଆଜି ସନ୍ଧ୍ୟାରେ ଓକିଲ ବନ୍ଧୁମାନେ ସ୍ଥାନୀୟ ଗରାପୁର ମା’କାଳୀଙ୍କ ମନ୍ଦିରରେ ସାମୁହିକ ଦୀପଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ସଙ୍ଘର ସମ୍ପାଦକ ଶ୍ରୀ ଜେନା ହଠାତ୍ ହୃଦ ରୋଗରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକର ଆଦିତ୍ୟ କେୟାର ହସପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବରିଷ୍ଠ ଆଇନଜିବୀ ପ୍ରଦିପ କୁମାର ଦାଶ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଓକିଲ ବୁଲୁ ନାୟକ,ଇତିହାସ ଲେଙ୍କା,ଅରୁଣ ପ୍ରସାଦ ଦାସ,ନିରଞ୍ଜନ ବଳ,ମାନସ ଧଳ,ରଞ୍ଜନ ପଣ୍ଡା,ବ୍ରଜ ସୁନ୍ଦର ରାଉତ,ହିରଣ୍ୟ ପଣ୍ଡା,ରାଜେଶ ପଣ୍ଡା,ସମାଜସେବୀ ମଙ୍ଗୁଳି ଚରଣ ବାରିକ,ଲକ୍ଷ୍ମୀକାନ୍ତ ନାୟକ,ମାନସ ରଞ୍ଜନ ରାଉତ,ଜନ୍ମେଜୟ ସେଠୀ,ମଧୁସୁଦନ ପରିଡା,ଉମାକାନ୍ତ ଗୁରୁ,ନିରଞ୍ଜନ ପଟ୍ଟନାୟକ,ମନୋଜ ପରିଡା,ମହେଶ୍ୱର ବାରିକ,ଗୁରୁଚରଣ ମହାପାତ୍ର,ସତ୍ୟବାନ ବାରିକ ପ୍ରମୁଖ ଶତାଧିକ ବନ୍ଧୁ ଓ ଶୁଭେଛୁ ସାମୁହିକ ଦିପଦାନ କରିଥିଲେ ।

Leave a Reply

Your email address will not be published. Required fields are marked *