ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଯୁବ ଆଇନଜିବୀଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା ୨୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଯୁବ ଆଇନଜିବୀ ହରପ୍ରସାଦ ମହାପାତ୍ରଙ୍କ ଅକାଳ ବିୟୋଗରେ ଓକିଲ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତିସଭା ସଙ୍ଘର ସଭାପତି ଦେବଦାସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତିସଭାରେ ଜିଲ୍ଲାଜଜ ଗୈାରୀଶଙ୍କର ଶତପଥୀ,ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞା ପାଣିଗ୍ରାହୀ,ପରିବାର ଅଦାଲତ ଜଜ ସନ୍ତୋଷ କୁମାର ଜେନା,ସିଭିଲ କୋର୍ଟ ରେଜିଷ୍ଟ୍ରାର ହୃଷିକେଶ ଆଚାର୍ଯ୍ୟ,ଜିଲ୍ଲା ଆଇନସେବା ପ୍ରାଧିକରଣର ସଚୀବ ରାଜ କୁମାର ଦାସ,ସବଜଜ ଜାନକୀ ବିଶ୍ୱାଳ, ମୁନସଫ ସୋନାଲ ଶର୍ମା,ଏସ.ଡି.ଜେ.ଏମ.ନିହାର ରଞ୍ଜନ ସାହୁ,ବରିଷ୍ଠ ଆଇନଜିବୀ ଭୀମସେନ ଭୂୟାଁ,ଉମେଶ ଚନ୍ଦ୍ର ସିଂହ,ଅକ୍ଷୟ କୁମାର ମହାନ୍ତି,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗଦେଇ ସୂର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଥମେ ସୂର୍ଗତ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଦିନକ ପାଇଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *