ଜିଲ୍ଲା ପରିକ୍ରମା

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ତଦାରଖ କମିଟି ବୈଠକ

ପୁରୀ, ୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – କେନ୍ଦ୍ର ସରକାର ବିଜେପି ଶାସିତ ରାଜ୍ୟ ଗୁଡିକୁ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଅର୍ଥ ମଂଜୁର କରୁଥିବା ବେଳେ ଓଡିଶାକୁ ସେଭଳି ନେଉନାହାଁନ୍ତି। ଫଳରେ ଇନ୍ଦିରା ଆବାସ ଯୋଜନାର ସଫଳ ରୂପାୟନରେ ଓଡିଶା ପଛରେ ପଡିଛି ବୋଲି ସଂସଦ ପିନାକୀ ମିଶ୍ରକହିଛନ୍ତି। ଶନିବାର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିଶା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମିଶ୍ର ଏହା ପ୍ରକାଶ କରିବା ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀତାର ସମୀକ୍ଷା କରିଥିଲେ। ବୈଠକର ପ୍ରାରମ୍ଭରେ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ସମସ୍ତଙ୍କୁ ସ୍ୱାଗତ କରିବା ସହ ପୂର୍ବ ବୈଠକରେ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ସମୀର ରଂଜନ ଦାସ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ସଭାପତି ଜ୍ୟୋର୍ତିମୟ ଦଳାଇ, ବ୍ରହ୍ମଗିରୀ ବିଧାୟକ ପ୍ରତିନିଧୀ କୈଳାସ ପରିଡା, .ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୈାର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ସୂଚନା ମିଳିଥିବା ଯେ ପ୍ରଧାନମନ୍ତରୀ ଗ୍ରାମ ସଡକ ଯୋଜନାରେ ୩୮୩ ଟି ରାସ୍ତା ମଧ୍ୟରୁ ୫୨ ଟି ରାସ୍ତାର କାର୍ଯ୍ୟ ବାକି ଅଛି। ସେହିଭଳି ନିମାପଡା ସବଡିଭିଜନରେ ୨୩୮ ଟି ରାସ୍ତା ମଧ୍ୟରୁ ୨୨୪ ଟି ଶେଷ ହୋଇଛି। ବାକିଥିବା ରାସ୍ତା ଗୁଡିକ ଜୁନ ମାସ ସୁଦ୍ଧା ଶେଷ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ଜିଲ୍ଳାରେ ୧ ଲକ୍ଷ ପାଇଖାନା ବସାଇବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୬୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ସର୍ବଶି୪ା ଆଣ୍ଡବ୍ଲୁ ଏସଏସ ଜେଇ ମାନେ ମିଳିତ ଭାବେ ଏହି କାର୍ଯ୍ୟ ତଦାରଖ କରିବକୁ ବୈଠକରେ ନିଷ୍ପତି ହୋଇଥିଲା। ଆଗାମୀ ଖରାଦିନ ପାଇଁ ୨୬୮ ଟ୍ୟୁବେଲ ବସାଯିବାର ଲକ୍ଷ ରଖାଯାଇଥିବା ବେଳେ ଫେବୃୟାରୀ ସୁଦ୍ଧା ୨୦୧ ଟି ଶେଷ ହୋଇଛି। ମାର୍ଚ୍ଚ ସୁଦ୍ଧା ବାକିଥିବା ଟ୍ୟୁବେଲ କାମ ଶେଷ ହେବ ବୋଲି ଅଧିକାର ସୂଚନା ଦେଇଥିଳେ। ବାର୍ଦ୍ଧକ୍ୟଭତା ନିମନ୍ତେ ତୁରନ୍ତ ଅଧିକାରୀ ମାନେ ତ୍ୱରାନ୍ୱତ କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ବିଡିଓ ମାନେ ବ୍ଲକରେ ଥିବା ଅନୁଦାନ ସୁଦ୍ଧ ଅର୍ଥରେ ବାକିଥିବା ଅଙ୍ଗନବାଡୀ କାର୍ଯ୍ୟ ଶେଷ କରିବେ। ଛତୁଆ ସେଟଂର ଗୁଡିକରେ ପ୍ରସ୍ତୁତି ଏବଂ ପ୍ୟାକିଙ୍କ ସମୟରେ ସିସିଟିଭି ଫୁଟେଜ ଆଣି ସିଡିପିଓଙ୍କ ନିକଟରେ ଦାଖଲ କରିବେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ୨୫ କୋଟି ଅନୁମାନ ବର୍ତମାନ ସୁଦ୍ଧା ୨୦ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବୈଠକରେ ସୂଚନା ମିଳିଥିଲା। ଖାଦ୍ୟ ସୁରକ୍ଷା ଅଧିକାରୀ ପତି ସପ୍ତାହରେ ବିଭିନ୍ନ ଟୁର କାର୍ଯ୍ୟକ୍ରମ ସହ ରିପୋର୍ଟ ଓିଡିଏମ ଙ୍କ ନିକଟରେ ଦାଖଲ କରିବାକୁ ବୈଠକରେ ନଷ୍ପତି ହୋଇଛି। ଏତଦବ୍ୟତିତ ବୈଠକରେନିଷ୍ପତି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top