ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ଏମଭି୯ ବିଦ୍ୟାଳୟରେ ଆଇନ ସେବା ଶିବିର

ମାଲକାନଗିରି,୮ା୪(ଓ଼ଡିଆ ପୁଅ ) ମାଲକାନଗିରି ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ଗୌଡଗୁଡା ପଚାଂୟତସ୍ଥ ଏମଭି୯ ଗ୍ରାମଠାରେ ଥିବା ରାମକୃଷ୍ଣ ଉଚ୍ଚବିଦ୍ୟାଳୟ ପରିସରେ ଅଧ୍ୟାପକ ରଂଜନକୁମା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଇନ ସେବାଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଅବସରେ  ଜିଲ୍ଲା ଆଇନ ସେବାପ୍ରାଧକରଣ ସଚିବ ଅମିତସ୍ୱରପ କୁମାର ସେଠ୍, ଜେଏମସି ମୋଟୁ ଜଜ୍ ସନ୍ତୋଷକୁମାର ପାଣିଗ୍ରାହୀ,ଡେପୁଟି କଲେକ୍ଟର ଶଶାଙ୍କ ମିଶ୍ର,ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା,ଆଇନଜିବୀ ଅଶୋକକୁମାର ପଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ  ସାମ୍ବାଦିକ ରତ୍ନାକରଦାଶ, ଅତିରିକ୍ତ ଜିଲ୍ଲାଶ୍ରମଅଧିକାରୀ ସୁବାଷଚନ୍ଦ୍ର ମଣ୍ଡଳ,ଗୌଡଗୁଡା ପଚାଂୟତ ସରପଂଚ ମମତାମାଢୀ ଯୋଗଦେଇ ଏତଲା, ଜାମିନ, ଫୌଜଦାରି ଦଣ୍ଡବିଧାନ କାର୍ଯ୍ୟପଦ୍ଧତିର ବିଭିନ୍ନଦିଗ ଓ ଆଇନସଂପର୍କରେ କହିବାସହିତ ମହିଳା ସୁରକ୍ଷା ଓ ଆଇନ, ଜିଲ୍ଲାଆଇନସେବା ପ୍ରଧାକରଣ ଦ୍ୱାର ପ୍ରଦତ ୧୦ଟି ଜନମଙ୍ଗଳ କାରୀ ଯୋଜନା ସଂପର୍କରେ ଆଲୋଚନା କରିବାସହିତ ଅନ୍ୟାନ ଆଇନ ସଂପର୍କରେ ମଚାଂଶିନ ଅତିଥି ମାନେକିହଥିଲେ ।

ଏହା ବ୍ୟତିତ ଗରିବ ଲୋକ ଓ ମହିଳା ମାନଙ୍କୁ କିପରି ମାଗଣାରେ ଆଇନ ସେବା ସହିତ ସରକାରି ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇପାରିବ ସେ ସଂପର୍କରେ ଜଜ୍ ମାନେ ସଚନା ଦେଇ ଥିଲେ । ଏହି ଅବସରରେ ଗୌଡଗୁଡା ପଚାଂୟତର ବିଭିନ୍ନ ଗ୍ରାମର ୨୦୭ଜଣ ଅଣସଂଘଠିତ ପୁରୁଷ ଓ ମହିଳାଶ୍ରମିକ ମାନଙ୍କ ନାମପଜିଂକରଣ କରାଯାଇ ସେମାନଙ୍କୁ ଶ୍ରମକାର୍ଡ ପ୍ରଦାନକରାଯାଇଥିଲା । ୯୭ଜଣଙ୍କୁ ବର୍ଦ୍ଦକ୍ୟଭତା,୨୭ଜଣଙ୍କୁ ବିଧବାଭତା,୯ଜଣ ଙ୍କୁ ବିକାଳାଙ୍ଗ ଭତା,ଗୋଟିଏ ଅବିଭାହିତ ଭତା ବାବଦରେ ଦରଖାସ୍ତ ଗ୍ରହଣକରାଯାଇଥିଲା । ଗୌଡଗୁଡା ପଚାଂୟତ କାର୍ଯ୍ୟନିର୍ବାହି ଅଧିକାରୀ ବିଷ୍ଣୁଚରଣ ତ୍ରୀପାଠୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଏମଭି୯ ରାମକୃଷ୍ଣ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲକୁମାର ପ୍ରଧାନ,ସହକାରି ଶିକ୍ଷକ ରତ୍ନାକରପାଢୀ,ରଜଂନକୁମାରରାଉତ, ପ୍ରଶାନ୍ତକୁମାର ପ୍ରଧାନ,ସୁରେଷଚନ୍ଦ୍ର ତ୍ରୀପାଠୀ,ଲକ୍ଷିମ୍ିକାନ୍ତ ପାଣିଗ୍ରାହୀ,ସୁଜନସରକାର,ଙ୍କ ସହିତ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

Leave a Reply

Your email address will not be published. Required fields are marked *