କେନ୍ଦ୍ରାପଡ଼ା

ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

କେନ୍ଦ୍ରାପଡା ୧୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସହରର ଲକ୍ଷ୍ମୀନାରାୟଣ ଧର୍ମଶାଳା ପରିସରରେ ଆଜି ଜିଲ୍ଲା ସଭାପତି ଡଃ. ଉପେନ୍ଦ୍ରନାଥ ପ୍ରଧାନଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସରୋଜ ଚନ୍ଦ୍ର ଦାସ, ଭାରତୀୟ ଷ୍ଟେଟବ୍ୟାଙ୍କ ସଂଗଠନ ସଂପାଦକ ସ୍ୱାଧୀନ କୁମାର ଦାସ, ସଙ୍ଘର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଅଜୟ କୁମାର ସାମଲ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସଂଗଠନର ସଭ୍ୟମାନଙ୍କ ଦେହାନ୍ତରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ ସଂଗଠନର ଆଭିମୁଖ୍ୟ ଏବଂ ସାମାଜିକ କାମରେ ସଂପୃକ୍ତି ହେବାପାଇଁ ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସଂପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ରାଜ୍ୟ ଫେଡେରେସନ ସଂପାଦକ ଗୋକୁଳାନନ୍ଦ ବେହେରା, ନିତ୍ୟାନନ୍ଦ ମିଶ୍ର, ରାଜକୁମାର ବିଶ୍ୱାଳ, ବୈଷ୍ଣବ ଚରଣ ସ୍ୱାଇଁ, କୃତିବାସ ସ୍ୱାଇଁ, ରସାନନ୍ଦ ସ୍ୱାଇଁ, ମନ୍ମଥ ରାଉତ, ଅଧ୍ୟାପକ ଭଗବାନ ପତ୍ରୀ, ଅଧ୍ୟାପକ ରଘୁନାଥ ଦାସ, ନିରାକାର ଜେନା, ଡା. ରମାନାଥ ମହାନ୍ତି, ଗରୁଡ ଚରଣ ପରିଡା, ଅରୁଣ କୁମାର ମହାନ୍ତି, ଅମୀୟ ନାୟକ, ନିରଞ୍ଜନ ଖଟୁଆ, ବିଦ୍ୟୁତ ଖୁଣ୍ଟିଆ, ଅଲେଖ ମହାନ୍ତି, କୁଳମଣୀ ପ୍ରଧାନ, ହିମାଂଶୁ ଦାସ ପ୍ରମୁଖ ସାଙ୍ଗଠନିକ ସମସ୍ୟା ଓ ହିତାଧିକାରୀମାନଙ୍କ ବିଷୟରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ପ୍ରତାପ ପତି ବେଦପାଠ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଭାଗିରଥି ଜେନା, ଦେବେନ୍ଦ୍ର ପ୍ରଧାନ, ରାଜକିଶୋର ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ହୃଦାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top