ଜିଲ୍ଲା ଅବକାରି ବିଭାଗ ମାଓ ପ୍ରବଣ ଅଚଂଳରୁ ୪ କୋଟି ୧୨ ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କଲେ

ମାଲକାନଗିରି, ୧୩।୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଚାଲିଥିବା ବେଆଇନ ଗଜେଂଇ ଚାଲାଣ ଓ ଚାଷକୁ ରୋକିବାପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି,  ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଏତ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ଅଚଂଳରେ ଚଢାଉ ଚାଲିଛି। ଗତ ଦୁଇଦିନ ହେଲା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଓ ପ୍ରବଣ ଡାଇକ୨, ରାଇପୁର, ଦୋରାଗୁଡା, ଖିଲଗୁଡା, କଟାଂମାଢି, ସାନକଟାଂ ମାଢି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷ କରା ଯାଇଥିବା ୨୫ ଏକର ଜଙ୍ଗଲ ଜମିରୁ ୪୬ହଜାର ୬୦୦ ବୃହତ କଲି ହୋଇଥିବା ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟକରିଛନ୍ତି। ଏହି ବେଆଇନ ଗଜେଂଇ ଚାଷ ଚଢାଉରେ ଜିଲ୍ଲା ଅବକାରି ବିଭାଗ ଅଧିକ୍ଷକ ଅଶୋକ କୁମାର ସେଠ, ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବ ଇନିନସପେକ୍ଟର ପ୍ରମୋଦ ବାଣୁଆ, ସବ୍ଇନସ୍ପେକ୍ଟର ସୁଶାନ୍ତ ପ୍ରଧାନ, ଏଚ.ଜଗାରାଓ, ଦିଲ୍ଲିପ କୁମାର ରଥ, ରାମଚନ୍ଦ୍ର ହନ୍ତାଳ, ପ୍ରଦିପ ଖରା, ଜେମସସାହୁ, ଦିନେଶ କୁମାର, ପ୍ରଦିପ ନାୟକ, ରାଜୁ ଖିତି, ବିପୁଲ ଜାଦାର, ଅମର ମହାପାତ୍ର, ଜିତୁମହାନ୍ତି, ନାଗେଶ ପଣ୍ଡା ଙ୍କ ସହିତ ଓରକେଲ ଥାନା ଆଇଆଇସି ସୁମିତ୍ରା ଜେନା ଓ ଥାନା ପୁଲିସ କର୍ମଚାରି ମାନେ ଏହି ଚଢାଉରେ ଉପସ୍ଥିତ ରହି ବେଆଇନ ଗଜେଂଇ ଚାଷ ଗୁଡିକୁ କାଟି ନଷ୍ଠ କରିଥିଲେ।

ନଷ୍ଟକରା ଯାଇଥିବା ଗଜେଂଇ ଗଛର ସରକାରି ମୂଲ୍ୟ ପ୍ରାୟ ୪କୋଟି ୧୨ ଲକ୍ଷଟଙ୍କାର ହେବ ବୋଲି ଅବକାରି ବିଭାଗ ସୁତ୍ରରୁ ଜଣାପଡିଛି। ଗତ ସପ୍ତାହକ ମଧ୍ୟରେ ଚିତ୍ରକୋଣ୍ଡା, ଓରକେଲ ଥାନାଅଚଂଳରୁ ପ୍ରାୟ ୨୦ କୋଟି ଟଙ୍କାର ଉର୍ଦ୍ଦ ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଗଲାଣି।। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ବିଛିନ୍ନାଚଂଳ ଗୁଡିକରେ ପ୍ରଚୁର ପରିମାଣରେ ବେଆଇନ ଭାବେ ସବୁଜ ଜହର ଗଜେଂଇ ଚାଷ ଖୋଲମ ଖୋଲା ଭାବେ ଚାଲିଛି। ଏହି ଚାଷକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲାଅବକାରି ବିଭାଗ ଭ୍ରାମ୍ୟମାଣଦଳ ଦ୍ୱାରା ବିଭିନ୍ନସ୍ଥାନରେ ଚଢାଉ କରାଯାଇ ଗଜେଂଇ ଚାଷ ଗୁଡିକୁ କାଟି ପୋଡି ନଷ୍ଟ କରାଯାଉଛି।

 

Leave a Reply

Your email address will not be published. Required fields are marked *