ଓଡ଼ିଶା

ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ମାଓପ୍ରବଣ ରାଜାବନ୍ଧ ଅଚଂଳରୁ ଦେଢକୋଟି ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କଲେ

ମାଲକାନଗିରି, ୪ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଓ ଚାଷକୁ ରୋକିବାପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଏସ.ପି. ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଏତ ସ୍ୱତନ୍ତ୍ର ସ୍କାର୍ଡ ଗଠନକରାଯାଇ ବିଭିନ୍ନ ଅଚଂଳରେ ଚଢାଉ ଚାଲିଛି। ଆଜି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚିତ୍ରକୋଣ୍ଡା ଥାନାସ୍ଥ ମାଓ ପ୍ରବଣ ରାଜା ବନ୍ଧ, ଡାଇକ ୧ ଜଙ୍ଗଲରେ ବେଆଇନ ଭାବେ ଚାଷ କରା ଯାଇଥିବା ୭ ଏକର ଜଙ୍ଗଲ ଜମିରୁ ୧୫ ହଜାର ବୃହତ କଲି ହୋଇଥିବା ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି। ଏହି ବେଆଇନ ଗଞ୍ଜେଇ ଚାଷ ଚଢାଉରେ ଜିଲ୍ଲା ଅବକାରି ବିଭାଗ ଏସପି ଅଶୋକ କୁମାର ସେଠ, ଇନିସପେକ୍ଟର ବିମ୍ବାଧର ପଣ୍ଡା, ଇନିସପେକ୍ଟର ପ୍ରମୋଦ ବାଣୁଆ, ସବ୍ଇନସ୍ପେକ୍ଟର ତିରୁପତି ପଣ୍ଡା, ସୁଶାନ୍ତ ପ୍ରଧାନ, ଏଚ.ଜଗାରା, ପ୍ରମୁଖ ଅବକାରୀ ବିଭାଗ କର୍ମଚାରିମାନେ ଉପସ୍ଥିତ ଥିଲେ। ନଷ୍ଟକରା ଯାଇଥିବା ଗଞ୍ଜେଇ ଗଛର ସରକାରି ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କାର ହେବ ବୋଲି ଅବକାରି ବିଭାଗ ସୁତ୍ରରୁ ଜଣାପଡିଛି। ବୁଧବାର ଦିନ ଚିତ୍ରକୋଣ୍ଡା ଥାନା ଅଚଂଳରୁ ୭କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ବିଛିନ୍ନାଚଂଳ ଗୁଡିକରେ ପ୍ରଚୁର ପରିମାଣରେ ବେଆଇନ ଭାବେ ସବୁଜ ଜହର ଗଞ୍ଜେଇଚାଷ ଖୋଲମ ଖୋଲା ଭାବେ ଚାଲିଛି। ଏହି ଚାଷକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ଭ୍ରାମ୍ୟମାଣ ଦଳ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗଞ୍ଜେଇ ଚାଷ ଗୁଡିକୁ କାଟି ପୋଡି ନଷ୍ଟ କରାଯାଉଛି। ନୂଆବର୍ଷ ଆରମ୍ଭର ୪ଦିନ ମଧ୍ୟରେ ୮ଟି ସ୍ଥାନରୁ ପ୍ରାୟ ୧୦କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟକରାଗଲାଣି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top