ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ମାଓ ପ୍ରବଣ ଅଞ୍ଚଳରେ ଚଢାଉ, ୨କୋଟି ୮ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡିଲେ

ମାଲକାନଗିରି, ୨୩। ୧ (ଓଡିଆ ପୁଅ/ଏସ.ଦାଶ) ମାଲାକନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଓରକେଲ ଥାନାସ୍ଥ ନାକାମାମୁଡି, ଖଡିକା ଜୋଡି, ହରିପୁର, କୋଣ୍ଡେଲ ଅଞ୍ଚଳରେ ଚଢାଉ କରି ୨୮ହଜାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛନ୍ତି। ଯାହାର ସରକାରି ମୂଲ୍ୟ ପ୍ରାୟ ୨କୋଟି ୮ଲକ୍ଷ ଟଙ୍କା ହେବା ବୋଲି ଜଣା ପଡିଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଘଞ୍ଚ ଜଙ୍ଗଲ ପାହଡ ତଳେ ଥିବା ଶହ ଶହ ହେକ୍ଟର ସରକାରି ଜମିରେ ସବୁଜ ଜହର ର ବେଆଇନ ଗଞ୍ଜେଇ ଚାଷ ଚାଲିଛି। ଏହି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟକରିବା ଓ ରୋକିବାପାଇଁ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ ଏତ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢାଉ ଚାଲିଛି। ଆଜି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଓ ପ୍ରବଣ ନାକାମାମୁଡି, ଖଡିକା ଜୋଡି, ହରିପୁର, କୋଣ୍ଡେଲ ଅଞ୍ଚଳରେ ଚଢାଉକରି ପ୍ରାୟ ୧୨ ଏକର ଜମିରୁ ୨୮ହଜାର ଗଞ୍ଜେଇ ଗଛ କାଟି, ପୋଡି ନଷ୍ଟ କରିଛନ୍ତି। ଏହି ବେଆଇନ ଗଞ୍ଜେଇ ଚାଷ ଚଢାଉରେ ଜିଲ୍ଲା ଅବକାରି ବିଭାଗ ଇନିସ ପେକ୍ଟର ବିମ୍ବାଧର ପଣ୍ଡା, ସବ୍ ଇନିସପେକ୍ଟର ପ୍ରମୋଦ ବାଣୁଆ, ସବ୍ଇନସ୍ପେକ୍ଟର ଏଚ.ଜଗା ରାଓ, ସୁଶାନ୍ତ କୁମାର ପ୍ରଧାନ, ପ୍ରମୁଖ ଅବକାରୀ ବିଭାଗ କର୍ମାଚାରି ମାନେ ଉପସ୍ଥିତ ଥିଲେ।

ନଷ୍ଟକରା ଯାଇଥିବା ଗଜାଂଇ ଗଛର ସରକାରି ମୂଲ୍ୟ ପ୍ରାୟ ୨କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଅବକାରି ବିଭାଗ ସୂତ୍ରରୁ ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ବିଛିନ୍ନାଞ୍ଚଳ ଗୁଡିକରେ ପ୍ରଚୁର ପରିମାଣରେ ବେଆଇନ ଭାବେ ସବୁଜ ଜହର ଗଞ୍ଜେଇଚାଷ ଖୋଲମ ଖୋଲା ଭାବେ ଚାଲିଛି। ଏହି ଚାଷକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲାଅବକାରି ବିଭାଗ ଓ ଭ୍ରାମ୍ୟମାଣଦଳ ଦ୍ୱାରା ବିଭିନ୍ନସ୍ଥାନରେ ଚଢାଉଜାରି ରହିଛି। ଗତ ମାସକ ମଧ୍ୟରେ ପ୍ରାୟ ୧୭ କୋଟି ଟଙ୍କାରୁ ଉର୍ଦ୍ଦ ଗଞ୍ଜେଇ ଚାଷ ପୋଡି ନଷ୍ଟ କରାଯାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *