ଜିଲ୍ଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୭.୦୧– ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ( ଜି.ସି.ଡି ) ପଡିଆ ଠାରେ ଜିଲ୍ଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତାଙ୍କୁ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଜେନା ରଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଦେଶ ସ୍ୱାଧୀନ ଲାଭ କରିଥିଲା ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଭାରତର ସବୁଠାରୁ ବଡ ଶକ୍ତି ହେଉଛି ଗଣତନ୍ତ୍ର । ଭାରତୀୟ ସ୍ୱାଧୀନତା ଆନେ୍ଦାଳନ ରାୟଗଡା ଜିଲ୍ଲାର ବଳିଷ୍ଠ ଭୂମିକା ଇତିହାସର କଠୋର ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତୋଳନ କରି ସ୍ୱାଧନତା ସଂଗ୍ରାମୀ ଓ ଭୂଦାନ ଆନେ୍ଦାଳନ ବିଷୟରେ ଲଢେଇ କରି ବେଠୀ ପ୍ରଥା, ଜଙ୍ଗଲ ଆଇନର କଠୋରତା ତଥା ଅନ୍ୟାୟ ଭାବେ ସାଧାରଣ ଜନତାଙ୍କ ଠାରୁ ରାଜସ୍ୱ ଆଦାୟ ଶୋଷଣକୁ ପ୍ରତିବାଦ କରି ସଉରାମାନେ ଆନେ୍ଦାଳନକୁ ଆରମ୍ଭ କରିଥିଲେ । ସେହିପରି ବିଷମକଟକ, କଲ୍ୟାଣସିଂହପୁର, ଗୁଣପୁର ଅଂଚଳରେ ଆନେ୍ଦାଳନ ଦାନାବାନ୍ଧି ଏହା ସମଗ୍ର ରାଜ୍ୟରେ ବ୍ୟାପିବାରେ ଲାଗିଥିଲା ।
ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଲାଗି ତଥା ଡାକ୍ତର ଅଭାବ ପୂରଣ ଲାଗି ରାଜ୍ୟରେ ଥିବା ୩ ଗୋଟି ସରକାରୀ ମେଡିକାଲ କଲେଜର ସିଟ ବୃଦ୍ଧି କରାଯାଇ ୯ ଗୋଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ୩୦ଟି ଜିଲ୍ଲାରେ ମାଗଣାରେ କେମୋଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଏ ନେଇ ସହାୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ନିଦାନ, ନିରାମୟ ଭଳି ଯୋଜନାଗୁଡିକ ଦ୍ୱାରା ରୋଗୀମାନେ ଉପକୃତ ହୋଇପାରୁଛନ୍ତି ।
ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ୩୯ଟି ଦଳ ଭାଗନେଇଥଲେ । ପ୍ୟାରଡ ପ୍ରତିଯୋଗିତାରେ ବରିଷ୍ଠ ଏନସିସି ଦଳରେ ସ୍ୱୟଂଶାସିତ ମହାବିଦ୍ୟାଳୟ ଆର୍ମି ଉଇଙ୍ଗି ବାଳିକା ବିଭାଗ, କନିଷ୍ଠ ଏନସିସିରେ ଜି.ସି.ଡି ହାଇସ୍କୁଲ, ବାଳକ ଏନ.ସି.ସି ଆର୍ମି ଉଇଙ୍ଗି, ସ୍କାଉଟ ଏବଂ ଗାଇଡି ରେ ଜେ.ଏସ.କୋ ଆରଡବ୍ଲୁ୍ୟଏସସି ହାଇସ୍କୁଲ, ୟୁଥ ରେଡକ୍ରସରେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସିଭିଲିୟନରେ ଏନ.ଭି.ଆର ଶିକ୍ଷା ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା । ପ୍ୟାରେଡ ପରେ ପରେ ଜିଲ୍ଲାର ବିଭିନ୍ନ ବିଭାଗର ୧୦ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା । ଏଥିମଧ୍ୟରୁ ଆଇଟିଡିଏ, ରାୟଗଡା ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ପୋଲିସ ଦ୍ୱିତୀୟ ଏବଂ ଆଂଚଳିକ ପରିବହନ ବିଭାଗର ସୁରକ୍ଷା ରଥ ତୃତୀୟ ସ୍ଥାନ ଅଧିକାର କରିଥିଲା । ଏହାପରି ଗଣତନ୍ତ୍ର ଦିବସ ଅବସରରେ କରାଯାଇଥିିବା ବିଭିନ୍ନ ପ୍ରତିଯୋଗିତାରେ ସର୍ବମୋଟ ୯୬ ଜଣ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ୧୧୧ ଟି ଶବବୋହି ଥିବା ସମାଜସେବୀ ଗୁରଣପୁରର ଦୟାନିଧି ବାରିକ, ସେଂଟ ଜନ ଆମ୍ବୁଲାନ୍ସ ଅନୁଷ୍ଠାନର ତ୍ରିନାଥ ପାତ୍ର ଓ ଜଗନ୍ନାଥ ପ୍ରସାଦ, ପ୍ରକୃତି ବନ୍ଧୁ ଭାବେ ୪ ଜଣଙ୍କୁ, ୮ ଟି ବିଦ୍ୟାଳୟକୁ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର, ଗ୍ରାମୀଣ ଗୃହ ନିର୍ମାଣ ୨୦୧୬-୧୭ ବର୍ଷ ପାଇଁ ଶ୍ରେଷ୍ଠ ବିଡିଓ ଭାବେ କୋଲନରା ବିଡିଓ ଶ୍ରୀମତି ଶାନ୍ତିପ୍ରଭା ପ୍ରଧାନ, ଏସଏସଇ ପିଡି ଯୋଜନାରେ ମୁନିଗୁଡା, ପଦ୍ମପୁର, ରାୟଗଡା ଓ କୋଲନରା ବ୍ଲକକୁ, ଶ୍ରେଷ୍ଠ ସାମାଜିକ ସୁର କ୍ଷା ଅଧିକାରୀ ଭାବେ କୋଲନରା ବ୍ଲକର ସି.ବି.ଏନ ମୂର୍ତି, ଶ୍ରେଷ୍ଠ ପ୍ରଗତି ସହାୟକ ଭାବେ ପି.ଶ୍ରୀକାନ୍ତ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାବୁରାଓ ମହାନ୍ତି ଓ ଦ୍ୱିତୀଚନ୍ଦ୍ର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ପୁରସ୍କାର ବିତରଣ ପରେ ମୁଖ୍ୟ ଅତିଥି ଶ୍ରୀ ଜେନା ସ୍ଥାନୀୟ ସେବା ସମାଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପ-କାରାଗାର, ସ୍ୱଧାର ଗୃହ ଓ ବୃଦ୍ଧାଶ୍ରମକୁ ଯାଇ ଫଳ ଓ ମିଷ୍ଟାନ୍ନ ବଂଟନ କରିଥିଲେ । ଏହି ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ଆର.ରାହୁଲ, ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ପିଡି, ଡିଆରଡିଏ ମଧୁସୂଦନ ମିଶ୍ର, ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ପିଏ, ଆଇଟିଡିଏ ମୂରଲିଧର ସ୍ୱାଇଁ ଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *