Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ

207

ମାଲକାନଗିରି,୮ା୧ (ଓଡିଆ ପୁଅ)  ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ବେରସେନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଡିଆରଡିଏ ସଭା ଗୃହରେ ଅନୁଷ୍ଟିତ ହୋଇ ଯାଇଛି । ପୁର୍ବ ର୍ଷ ପରି ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନପ୍ରତି ଯୋଗାତୀ ହେବାସହିତ,ମହିଳା ଓ ବାଳିକା ମାନଙ୍କ ଦ୍ୱାରା ଝୋଟି ପ୍ରତି ଯେଗାତୀ,ପ୍ରଭାତଫେରୀ,ରାମଧୂନ,ବିଭିନ୍ନ ବିଦ୍ୟାଳୟ,ପୁଲିସ  ପକ୍ଷରୁ ପ୍ୟାରେଡ ପ୍ରଦର୍ଶନ, ଅତିଥି ଙ୍କ ଦ୍ୱାରା ପତାକା ଉତୋଳ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ପରେ ବିଭିନ୍ନ କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ବିତରଣି ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲକରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା,କାରାଗାର, ମେଡିକାଲରେ ଫଳ ଓ ମିଷ୍ଟାନ ବଟଂନ କରାଯିବ,ଅପରାହ୍ନରେ ଜିଲ୍ଲାପାଳ,ଏସପି ଏକାଦଶ ମଧ୍ୟରେ କୌତିକା କ୍ରୀକେଟ ମ୍ୟାଚ ହେବ ବୋଲି ନିସ୍ପତି ନିଆଯାଇଥିଲା । ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ପ୍ୟାରେଡ ଅଭ୍ୟାସ କରାଯିବ । ଏହି ବୈଠକରେ ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରୁଦା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର,ବିଭିନ୍ନ ବିଭାଗର ପଦାଧୀକରୀ,ଶିକ୍ଷାଅନୁଷ୍ଟାନ, ସ୍ୱେଚ୍ଛାସେବୀ ,ପୋଲିସ ରିଜର୍ଭ ଇନିସପେକ୍ଟର ପ୍ରମୁଖ  ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.