ଜିଲ୍ଲା ପରିକ୍ରମା

ଜିଲ୍ଲାସ୍ତରୀୟ ମିଳିମିଳା ଓ ଜର୍ମାନ ମିଳିମିଳା ଟାସ୍କଫୋର୍ସ କମିଟୀ ବୈଠକ

ଦେବଗଡ଼ ୨୦-୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିମିଳା ଓ ଜର୍ମାନ ମିଳିମିଳା ଟାସ୍କଫୋର୍ସ କୋରକମିଟୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୨୯ ତାରିଖଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମିଳିମିଳା ରୁବେଲା ଟୀକାକରଣ ଅଭିଯାନର ଶତ ପ୍ରତିଶତ ସଫଳ କରିବାପାଇଁ ସଂପୃକ୍ତ ସମସ୍ତ କର୍ମକର୍ତାଙ୍କ ସହଯୋଗ କାମନା କରିଥିଲେ। ଏହାର ସଫଳତା ନିମନ୍ତେ ସମସ୍ତ ସରକାରୀ ବିଭାଗ ଯଥା ପଂଚାୟତରାଜ, ସ୍ୱାସ୍ଥ୍ୟ, ମଙ୍ଗଳ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ଓଡିଶା ଜୀବିକା ମିଶନ, ପୈାରପରିଷଦ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ଉପଯୁକ୍ତ ସମ୍ମନ୍ୱୟ ରକ୍ଷା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥି ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଶୀଲ କୁମାର କର, ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ. ଜୟନ୍ତ ଉପାଧ୍ୟାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ହଳଧର ମହାନନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆର୍ଶୁ ଟୁଡୁ, ପୈାରପରିଷଦର ନିର୍ବାହୀ ଅଧିକାରୀ କୁଞବନ ପ୍ରଧାନ, ପଂଚାୟତ ଅଧିକାରୀ ଗଜେନ୍ଦ୍ର ସାହୁ, ସହକାରୀ ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର, ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପରିଚାଳକ ମନୋରଂଜନ ସାହୁ ଏବଂ ୟୁନିସେପ୍ ର ଡଃ. ବଣ୍ଟେଶ ନାରାୟନ ପ୍ରମୁଖ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top