ଓଡ଼ିଶା

ଜିଲ୍ଲାସ୍ତରୀୟ ମହାତ୍ମାାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

କେନ୍ଦ୍ରାପଡା ୩୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରବ ପ୍ରାର୍ଥନା ସଭା ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାତ୍ମାାଗାନ୍ଧୀଙ୍କ ଜୀବନାଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଉପଜିଲ୍ଲାପାଳ ଡଃ. କାହ୍ନୁ ଚରଣ ଧୀରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସମୟ ପୂର୍ବାହ୍ନ ୧୧ଟାରୁ ୧୧ଟା ୨ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଡଃ. ଧୀର ବକ୍ତବ୍ୟରେ ନକରାତ୍ମାକ ଭାବନା ଦୂରକରି ସଦାସର୍ବଦା ଗାନ୍ଧିଜୀଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରର ହିତ ସାଧନ କରିବାକୁ ସମସ୍ତ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଶପଥପାଠରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଡେପୁଟି କଲେକ୍ଟର ସଂଜୟ ମିଶ୍ରଙ୍କ ସମେତ ସହକାରୀ ଜିଲ୍ଲାପାଳ, କାର୍ଯ୍ୟାଳୟ ଅଧିକ୍ଷକ, ବିଭିନ୍ନ ସେକ୍ସନର ମୁଖ୍ୟ ଲିପିକ, ବରିଷ୍ଟ ଲିପିକ ଏବଂ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ସଭା ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ସକାଳ ୯ଘଟିକା ସମୟରେ ଗରାପୁରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସଂଯୋଜନାରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଆନୁକୁଲ୍ୟରେ ଜିଲ୍ଲାପାଳ ରଘୁଜୀ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ, ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି, ଫକିର ମୋହନ ଦାସ, ବିଚିତ୍ରାନନ୍ଦ ନାୟକ, କୁମାର ଚନ୍ଦ୍ର ମିଶ୍ର, ବିଜୟ କେତନ ମିଶ୍ର, ଦାମୋଦର ମଲ୍ଲିକ, କୁଳମଣି ରାଉତ, ସଚ୍ଚିଦାନନ୍ଦ ଦାସ, ମଧୁସୁଦନ ଗେରୁ, ନୀରଞ୍ଜନ ମେକାପ, ଡଃ. ବାସୁଦେବ ଦାସ, ପ୍ରଫେସର ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ କୁମାର ରାଉତ, ଗୋପାଳ କୃଷ୍ଣ ଜେନା ଓ ଅନେକ ସମାଜସେବୀ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top