ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୪ – ଜିଲ୍ଲା ସ୍ତରୀୟ ନିର୍ମାଣ ସେବା ସପ୍ତାହ ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଜା ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦର ସଭାପତି ଜଗନ୍ନାଥ ନୁଣ୍ଡୃକା ମଂଚରେ ମଂଚାସୀନ ଥିଲେ। ଅନ୍ୟ ମଂଚାସୀନ ଅତିଥି ମାନେ ହେଲେ ଜିଲ୍ଲା ଚିକିତ୍ସା ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ମତ୍ସ ଅଧିକାରୀ ହେମନ୍ତ କୁମାର ଦାସ, ସହକାରୀ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ, ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ପ୍ରମୁଖ।

ନର୍ମାଣ ଶ୍ରମିକ ସେବା ସପ୍ତାହ ଉପଲକ୍ଷେ ୨୪୦୧ ଜଣ ହିତାଧିକାରୀଙ୍କୁ ୧୫ କୋଟି ୯୭ ଲକ୍ଷ ୮ ହଜାର ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ଧନରାଶି ବ୍ୟାଙ୍କ ଜରିଆରେ ଦିଆଯାଇଥିଲା। ଯୋଜନା ଗୁଡିକ ମଧ୍ୟରେ ଥିଲା ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁ ସହାୟତା, ସାଇକେଲ ସହାୟତା, ନିର୍ମାଣ ଶ୍ରମିକ ଯନ୍ତ୍ରପାତି ସହାୟତା, ସୁରକ୍ଷା ଯନ୍ତ୍ରପାତି କିଣିବା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିଲା।

ମତ୍ସ ବିଭାଗ ପକ୍ଷରୁ ମତ୍ସ ପୋଖରୀ ଯୋଜନା କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ୩୮ ଜଣ ହିତାଧିକାରୀଙ୍କୁ ପୋଖରୀ ଖୋଳିବା ଏବଂ ମତ୍ସଚାଷ କରିବା ନିମନ୍ତେ କାର୍ଯ୍ୟାଦେଶ ବଂଟନ କରିଥିଲେ। ଆଜିର ଏହି ଆୟୋଜିତ କାର୍ଯ୍ୟକ୍ରମକୁ ଶ୍ରମ ବିଭାଗର ଗ୍ରାମୀଣ ଶ୍ରମ ଅଧିକାରୀ ସଂଜୟ କୁମାର ରୟିତ ଏବଂ ସୁକାନ୍ତ ପଣ୍ଡା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *