ଜିଲ୍ଲା ପରିକ୍ରମା

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ପୁରୀ:୧୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ପୁରୀରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତି ମେଳାକୁ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ମେଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେର୍ଶକ ଡ଼ାକ୍ତର ଉଦ୍ଧବ ଚନ୍ଦ୍ର ମାଝି, ଜିଲ୍ଲା କଲ୍ୟାଣୀ ଅଧିକାରୀ, ଶିଳ୍ପ ନିର୍ଗମ ଅଧିକାରୀ, ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ଉପସ୍ଥିତ ଥିଲେ। ଆଜିର ମେଳାରେ ୨୫ଟି କମ୍ପାନୀ ଏବଂ ୨୧ଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦେଇଥିଲେ। ଏଲ.ଏନ.ଟି, ଟାଟାଟୁ, ୱାଇ.ଏସ୍.ଏପ, ଲିଫ୍ଟ ଆଣ୍ଡ ସିଫ୍ଟ, ଏସ୍.ଏଲ୍.ଭ, ଇନୋଭେଟିଭ, ଟେକୋନ, ମିଡ଼ିଲରେଞ୍ଜଫିୟୁଚର୍ଆଇଡ଼ିଆ, ୱେଲସ୍ ସ୍ପୁନ୍ ପ୍ରାଇଭେର୍ଟ ପିଲର ଆନ୍ତର୍ଜାତିକ ବିଦ୍ୟାଳୟ, ବ୍ରେନସର୍ସ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୧୭୦ଜଣ ପ୍ରାର୍ଥ ଅଂଶ ଗ୍ରହଣ କରିଥିଲେ। ୩୭୧ଜଣ ନିଯୁକ୍ତି ନିମନ୍ତେ ମନୋନୀତ ହୋଇଛନ୍ତି ଏ ବଂ ୬୦୦ଜଣ ପ୍ରଶିକ୍ଷଣ ନେବାପାଇ ମନୋନୀତ ହୋଇଛନ୍ତି। ଏହି ମେଳାକୁ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ପରିଚାଳନା କରିଥିଲେ। ଆସନ୍ତା କାଲି କୋଣାର୍କ ଠାରେ ଅନୁଷ୍ଠିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top