ଓଡ଼ିଶା

ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ

କେନ୍ଦ୍ରାପଡା ୧୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ୨୦୧୭-୧୮ ସ୍ଥାନୀୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଆଜି ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତିମେଳାରେ କେନ୍ଦ୍ରାପଡା ପୈାରାଞ୍ଚଳ ସହିତ ଡେରାବିଶ, କେନ୍ଦ୍ରାପଡା, ମାର୍ଶାଘାଇ, ମହାକାଳପଡା ଏବଂ ଗରଦପୁର ବ୍ଲକର ବେକାର ଯୁବକ/ଯୁବତୀମାନଙ୍କ ନିମନ୍ତେ ଅନୁଷ୍ଠିତ ଏହି ମେଳାକୁ ଜିଲ୍ଲାପାଳ ଶ୍ରୀ ରଘୁଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି ଉପସ୍ଥିତ ଯୁବକ/ଯୁବତୀ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ କମ୍ପାନିର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଯୁବକ/ଯୁବତୀମାନେ ଆମ୍ô ନିର୍ଭରଶୀଳ ହୋଇ ନିଜର ଦକ୍ଷତା ବୃଦ୍ଧିକରି ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ପ୍ଲମ୍ବିଂ ଟେକ୍ନୋଲଜି ସାରା ବିଶ୍ୱରେ ଆବଶ୍ୟକ ଥିବାବେଳେ ଯୁବକମାନେ ପ୍ଲମ୍ବିଂ ଟେକ୍ନୋଲଜି ଏବଂ ସିଲେଇ ମେସିନ୍ ତାଲିମ ନେଇ ନିଜର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାର ସୁଫଳ ନେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସଭାରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଜୟନ୍ତ କୁମାର ଦାସ ନିଯୁକ୍ତି ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ନିଯୁକ୍ତି ମେଳାରେ ଜିଲ୍ଲାର ତଥା ରାଜ୍ୟର ଏବଂ ରାଜ୍ୟ ବାହାରର ବିଭିନ୍ନ ପ୍ରୋଜେକ୍ଟ ଏମ୍ପ୍ଲୋୟମେଣ୍ଟ ଏଜେନ୍ସି ସେମାନଙ୍କ ସଂସ୍ଥାରେ ଯୁବକ/ଯୁବତୀମାନଙ୍କ ତାଲିମ ଏବଂ ସିଧା ନିଯୁକ୍ତି ନିମନ୍ତେ ଯୋଗ ଦେଇଛନ୍ତି। ସଂସ୍ଥାମାନଙ୍କ ମଧ୍ୟରେ ୟୁସି ଅର୍ବାନ କ୍ଲାପ, ଓଏସ୍ଏଲ୍ ସିକୁରିଟି ପ୍ରାଇଭେଟ ଲିମିଟେଡ, ଏସ୍ବିଆଇ ଲାଇଫ ଇନ୍ସୁରାନ୍ସ, ଏଚପି ହରିପ୍ଲାଷ୍ଟ, କ୍ରିଷ୍ଣାବେଣୀ ପ୍ରଡକ୍ଟ ପ୍ରାଇଭେଟ ଲିଃ, ଏସ୍ବି ଡିଆଇଏଚ୍ମି ୟୁରେଖା ଫ୍ଲୋରେନ୍ସ ମିଡିଲିରେଡ ସର୍ଭିସେସ ପ୍ରାଲିଃ. ମଲ୍ଟି କେୟାର ସର୍ଭିସେସ ପ୍ରା.ଲିଃ. ମାରୁତି ସୁଜୁକି ପିପିଏଫ ସହିତ ୧୫ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା, ୧୬ଗୋଟି ନିଯୁକ୍ତି ଦାତା କମ୍ପାନୀ ସମେତ ୩୧ ଗୋଟି ସଂସ୍ଥା ଯୋଗଦେଇଥିଲେ। ନିଯୁକ୍ତିମେଳାରେ ମୋଟ ୧ହଜାର ୨୫୬ ଜଣ ଯୁବକ/ଯୁବତୀଙ୍କ ନାମ ପଂଜୀକୃତ ହୋଇଥିବାବେଳେ ୪୮୮ ଜଣ ତାଲିମ ଦେବା ନିମନ୍ତେ ଏବଂ ୩୬୪ ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ଚୟନ କରାଯାଇଛି। ବାବିନୀ କମ୍ପାନୀ ତରଫରୁ ୨୨ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଆଜିର ଏହି ନିଯୁକ୍ତି ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ, କେନ୍ଦ୍ରାପଡା ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁ, ଡେରାବିଶ ବିଡିଓ ସରୋଜ ଦାସ, ମାର୍ଶାଘାଇ, ମହାକାଳପଡା ଏବଂ ଗରଦପୁରର ବିଡିଓ ମାନଙ୍କ ସହିତ ଷ୍ଟେଟବ୍ୟାଙ୍କର ଆମ୍ô ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ବିଭିନ୍ନ ସରକାରୀ ଅଧିକାରୀ ଯୋଗ ଦେଇଥିଲେ। ଆସନ୍ତା ୧୨ତାରିଖ ଦିନ ପଟ୍ଟାମୁଣ୍ଡାଇଠାରେ ଅନ୍ୟ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିବା ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top