ଜିଲ୍ଲା ପରିକ୍ରମା

ଜିଲ୍ଲାସ୍ତରୀୟ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସମ୍ବନ୍ଧୀୟ ଆଲୋଚନା

ରାୟଗଡା ୦୧/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ଜିଲ୍ଲା ସ୍ୱାସ୍ଥ୍ୟ ସମିତି ରାୟଗଡା ତରଫରୁ ଜେ କେ ପୁର ସ୍ଥିତ ମନୋରଂଜନ କେନ୍ଦ୍ର ଠାରେ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ ବିଧାୟକ ଲାଲବିହାରୀ ହିମିରିକା, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପିଏ, ଆଇଟିଡିଏ ପ୍ରବୀର କୁମା ନାୟକ, ଜେ.କେ.ପେପର ମିଲର କାର୍ଯ୍ୟନିର୍ବାହୀ ଉପ-ସଭାପତି ପି.କେ.ସୁରି, ଜିଲ୍ଲା ପରିଷଦ ମେମ୍ବର ପି.ଗୌରୀ, ରାୟଗଡା ବ୍ଲକ ଅଧ୍ୟକ୍ଷ ପି.ରାମୁଲୁ ପ୍ରମୁଖ ଉପସ୍ଥିତ ଥିଲେ।

ବର୍ତମାନର ପରିସ୍ଥିତିରେ ରାୟଗଡା ଜିଲ୍ଲାରେ କିପରି ଡେଙ୍ଗୁ ସମସ୍ୟାକୁ ରୋକାଯାଇ ପାରିବ ତାହା ନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ରାୟଗଡା ଜିଲ୍ଲାରେ ପ୍ରଥମେ ମେ ମାସରେ ବିରନାରାୟଣପୁର ଗ୍ରାମରେ ୯ ଜଣଙ୍କ ଦେହର ଡେଙ୍ଗୁ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ଚାରିଜଣିଆ ଟିମ ଗଠନ କରାଯାଇ ସ୍ୱଚ୍ଛଭାରତ ଅଭିଯାନ ଅନ୍ତର୍ଗତ ବିରନାରାୟଣପୁର ଗ୍ରାମ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ଆଶାକର୍ମୀ ମାନେ ଘର ଘର ବୁଲି ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ। ମଶା ବଂଶବିସ୍ତାର କରୁଥିବା ସ୍ଥାନ ଗୁଡିକୁ ସଫା ସୁତରା କରାଯାଇଥିଲା। ଏହି କାମରେ ଗ୍ରାମବାସୀ ମାନେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଗଠନ କରାଯାଇଥିବା ଟିମକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏଥି ସହ ବିରନାରାୟଣପୁର ଏବଂ ଆଖପାଖ ଗ୍ରାମ ଗୁଡିକରେ ଫଗିଙ୍ଗ(ଧୁଆଁ ) ଛଡା ଯାଉଛି। ଜିଲ୍ଲାରେ ଅନ୍ୟ ୯ ଜଣଙ୍କ ଦେହରେ ଏନଏସ୧ ଏଲିସା ଡେଙ୍ଗୁ ଭୂତାଣ ଥିବା ଜଣାପଡିଥିଲା। ଜେ କେ ପୁର ର ୪ ଜଣ, ଅମଲାଭଟା ର ୩ ଜଣ, ପିତାମହଲ ଗ୍ରାମର ଜଣେ ଏବଂ ମୁନିଗୁଡାର ଜଣେ ଥିବା ଜଣା ପଡିଛି। ରାୟଗଡା ବ୍ଲକ ଅନ୍ତର୍ଗତ ସୁଲଭା ଗ୍ରାମରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ଜିଲ୍ଲା ପ୍ରଶାସନ ପ୍ରକାଶ କରିଥିଲେ ମଧ୍ୟ କେତେ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାହା ପ୍ରକାଶ କରିନଥିଲେ। ବର୍ତମାନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜେ କେ କାଗଜ କଳ ମିଳିତ ଭାବେ ଡେଙ୍ଗୁ ଭୁତାଣୁକୁ ନାଶ କରିବା ପାଇଁ ହାତ ମିଳାଇଛନ୍ତି। ଡେଙ୍ଗୁ ଭୂତାଣୁକୁ ନାଶ କରିବା ପାଇଁ ଧୂଆଁ ଛାଡିବା, ମଶା ଗୁଡିକର ଲାଭା ଗୁଡିକୁ ନାଶ କରିବା ନିମନ୍ତେ ଔଷଧ ସ୍ପ୍ରେ ଏବଂ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ଭୂତାଣୁକୁ ସମୂଳେ ନାଶ କରିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top