ଖେଳ

ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡାପ୍ରତିଯୋଗିତା ଉଦ୍ଘାଟିତ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡାପ୍ରତିଯୋଗିତା ଜିଲ୍ଲା ସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ପରିସଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ପତାକା ଉତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ କ୍ରୀଡାବି୍ତ ମାନେ ଚିତାକର୍ଷକ ମାର୍ଚ୍ଚ ଫାଷ୍ଟ ପ୍ରଦର୍ଶନ କରିଥିଲେ। ଏଥି ସହ ଶପଥ ପାଠ କରାଯାଇଥିଲା। ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଧବଚନ୍ଦ୍ର ମାଝି ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ଶ୍ରୀ ଦଳାଇ କହିଲେ ଯେ ରାଜ୍ୟ ସରକାରଙ୍କ ଏହା ଏକ ମହତ୍ୱ ପଦକ୍ଷେପ। ଭାରତର ପ୍ରଥମ ରାଜ୍ୟ ଭାବେ ସରକାର ଜନଜାତି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଜନ ଜାତି ଛାତ୍ରଛାତ୍ରୀ ମାନଙ୍କର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପ୍ରତିଯୋଗିତାର ମୂଳ ଲକ୍ଷ୍ୟ। ଜନଜାତି ପ୍ରତିଭାକୁ ଚିହ୍ନି ତାହାକୁ ସ୍ୱିକୃତୀ ନେବା ପାଇଁ ସରକାରଙ୍କର ଏହା ଏକ ମହତ ପଦ ବୋଲି ଶ୍ରୀ ମତ ଦେଇଥିଲେ। ଉତ୍ସବରେ ଜିଲ୍ଲା କ୍ରାଡାଅଧିକାରୀ ଶରତ ନନ୍ଦ,  ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ଜିଲ୍ଲା କ୍ରୀଡା ସଂସଦର ଅଧିକାରୀ ରବିଶଙ୍କର ପ୍ରତିହାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ ଚନ୍ଦ୍ରକାନ୍ତ ମାଝି, ଶରିରୀକ ଶିକ୍ଷା ନିରୀକ୍ଷକ ଜିତେନ୍ଦ୍ର ନାଥ ଦାସ ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇିଥିଲେ। ସହକାରୀ ସୂଚନା ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୧ ଟି ବ୍ଲକରୁ ୩୧୦ ଜଣ ଛାତ୍ର ଓ ୮୩ ଜଣ ବାଳିକା ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top