ଜିଲ୍ଲା ପରିକ୍ରମା

ଜିଲ୍ଲାସ୍ତରୀୟ ଖାଉଟୀ ସୁରକ୍ଷା ସଚେତନତା କର୍ମଶାଳା

ଦେବଗଡ ୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସ୍ଥାନୀୟ ଟାଉନ ହଲଠାରେ ଏକ ଖାଉଟୀ ସୁରକ୍ଷା ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ବୈଧ ମାପ ଓଜନ ବିଭାଗ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଖାଉଟୀ ସୁରକ୍ଷା ମଂଚର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ଧରମ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କର୍ମଶାଳାର ଶୁଭ ଉଦ୍ଘାଟନ କରିଥିଲେ। ନିଜର ବକ୍ତବ୍ୟରେ ଶ୍ରୀ ହାଁସଦା ଉପଭୁକ୍ତାମାନଙ୍କୁ ଖାଉଟୀ ସୁରକ୍ଷା ଆଇନ ସମ୍ବନ୍ଧରେ ସଚେତନ କରିବାପାଇଁ ଏଭଳି କର୍ମଶାଳାର ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଶ୍ରୀ ଭିନସେଣ୍ଟ ପୁନମ କାନ୍ତ ଏକ୍କା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଖାଉଟୀମାନଙ୍କର ସୁରକ୍ଷା ନିମନ୍ତେ ଆଇନର କାର୍ଯ୍ୟକାରୀତା ଉପରେ ବିଭାଗୀୟ କର୍ମଚାରୀମାନଙ୍କର ଗୁରୁଦାୟୀତ୍ୱ ରହିଛି ବୋଲି କହିଥିଲେ।

ଜିଲ୍ଲା ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ଗୁରୁ ଏବଂ ଜିଲ୍ଲା ଖାଉଟୀ ସୁରକ୍ଷା ମଂଚର ସଭାପତି ଦୀପକ କୁମାର ମହାପାତ୍ର ଖାଉଟୀ ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସମୟରେ ଖାଉଟୀ ସୁରକ୍ଷା ମଂଚରେ ଉପସ୍ଥାପିତ ହୋଇଥିବା ଖାଉଟୀ ବିବାଦ ଏବଂ ତାର ପ୍ରତିକାର ସମ୍ବନ୍ଧୀୟ ମକଦ୍ଦମାଗୁଡିକ ଉପରେ ଆଲୋଚନା କରିଥିଲେ।

ବୈଧ ମାପ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ତ୍ରିଲୋଚନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ କର୍ମଶାଳା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ବ୍ଲକସ୍ତର ଏବଂ ପୈାରାଂଚଳସ୍ତରରେ ଆୟୋଜିତ ହୋଇଥିବା ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ଏକ ସଚେତନତା ର୍ୟାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଟାଉନ ହଲ ପର୍ଯ୍ୟନ୍ତ ବାହାରି ଥିଲା।

କର୍ମଶାଳାରେ ଜିଲ୍ଲା ଖାଉଟୀ ସୁରକ୍ଷା ମଂଚର ସଦସ୍ୟା ଜୟନ୍ତୀ ପ୍ରଧାନ ଓ ଆରତୀ ଦାସଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଗତ ୨୦ ତାରିଖ ଦିନ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ ବ୍ଲକସ୍ତରୀୟ ଖାଉଟୀ ସୁରକ୍ଷା ସଚେତନତା କର୍ମଶାଳା ଏବଂ ଦେବଗଡ ପୈାରାଂଚଳରେ ମଧ୍ୟ ଏଭଳି କର୍ମଶାଳା ଆୟୋଜନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top