ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଓଡିଶା ଆଖଡା ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ୭୩ଜଣ ବାଳକ ଓ ୫୧ବାଳିକା ୧୭ବର୍ଷ କମ୍ ବର୍ଗରେ ଅଂଶଗ୍ରହଣ କରିଥିଲେ। ୨୪ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ କ୍ରୀଡା ପାଇଁ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଖଡା ସଂଘର ସାଧାରଣ ସମ୍ପାଦକ ସବ୍ୟସାଚୀ ରଥ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରାକ୍ତନ ଜିଲ୍ଲା କ୍ରୀଡା ଅଧିକାରୀ ରବିନ୍ଦ୍ରନାଥ ସେନାପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖେଳାଳିଙ୍କୁ ଭବିଷ୍ୟତରେ ଶୃଙ୍ଖଳିତ କ୍ରୀଡାବିତ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଜିନ୍ମାଷ୍ଟିକ ପ୍ରଶିକ୍ଷକ ପ୍ରଦୀପ କୁମାର ସାହୁ, କ୍ରୀଡା ସଙ୍ଗଠକ ପାବଚ୍ଛ କୁମାର ଭୂୟାଁ ଓ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଜିତେନ୍ଦ୍ରନାଥ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ମମତା ମିଶ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗଜ ନେବା ପାଇଁ ଗଦାଧର ହାଇସ୍କୁଲର ୪, ଜିଲ୍ଲାସ୍କୁଲର ୪, ସନ୍ତୋଷୀ ଇଂରାଜୀ ମିଡିୟମ ସ୍କୁଲ ୪, ପୁଲିସ ହାଇସ୍କୁଲ ୨, ବିଶ୍ୱମ୍ବର ବିଦ୍ୟାପୀଠ ୨, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧, ସେଣ୍ଟ ଜାଭିୟର ସ୍କୁଲ ୧, ଡିଏଭି ପବ୍ଲିକ ସ୍କୁଲ ୧ ଓ ସୁଖଲତା ମେମୋରିଆଲ ବାଳିକା ବିଦ୍ୟାଳୟ ଜଣେ ଖେଳାଳି ରାଜ୍ୟସ୍ତରୀୟ ପାଇଁ ମନୋନୀତ ହୋଇଛନ୍ତି। ବିଚାରକ ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରିୟମ୍ବଦା ଜେନା, ଗଦାଧର ହାଇସ୍କୁଲର କ୍ରୀଡା ଶିକ୍ଷୟତ୍ରୀ ଲକ୍ଷ୍ମିପ୍ରିୟା ନାଥ, ପୁଲିସ ହାଇସ୍କୁଲର କ୍ରୀଡା ଶିକ୍ଷକ ଧ୍ରୁବଚରଣ ଦାସ ଓ ପୁରୀ ଜିଲ୍ଲଲାସ୍କୁଲ କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ସୁଚିତ୍ର ଖଟୋଇ, ନିହାର ରଞ୍ଜନ ପଲେଇ, ଅକ୍ଷୟ କୁମାର ବ୍ରହ୍ମା, ଏସ୍.କେ ସେରାତୁଲା, ଓଡିଶା ଆଖଡା ସଂଘର ସଭ୍ୟ ସନ୍ତୋଷ କୁମାର ପାତ୍ର ଉମାକାନ୍ତ ବେହେରା, ଅରବିନ୍ଦ ବିଶ୍ୱାଳ, ବିଭୁଦତ୍ତ ସାହୁ, ନେତ୍ରମଣି ସେଠୀ, ରବିନାରାୟଣ ଦାସ, ଗଣେଶ ସେଠୀ ଓ ରତ୍ନାକର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *