ଜିଲ୍ଲା ପରିକ୍ରମା

ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନୂତନ ଅଧ୍ୟକ୍ଷ ନିଯୁକ୍ତି

ମାଲକାନଗିରି, ୧୭ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାଶିଶୁମଙ୍ଗଳ କମିଟିର ନୂତନ ଅଧ୍ୟକ୍ଷ ଭାବେ ଜିଲ୍ଲା ଖାଉଟି ଫୋରମର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ସୁପାରିଶ କ୍ରମେ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମହିଳା ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଏହି ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ନୂତନ କମିଟିର ସଦସ୍ୟ ଭାବେ ଆଇନଜୀବୀ ଦୀନବନ୍ଧୁ ଦାଶ, ସାମାଜିକ କର୍ମୀ ଚୁମୁକି ବେହେରା, ମନରେଗା ଲୋକପାଳ ପୂର୍ବତନ ସଦସ୍ୟ ରାମ ଗୋବିନ୍ଦ ପଣ୍ଡାଙ୍କୁ ମଧ୍ୟ ନୂତନ ମେମ୍ବର ଭାବେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟଠାରେ ଆୟୋଜିତ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଉପସ୍ଥିତିରେ ସିଡବ୍ଲୁସିର ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ସଭ୍ୟ କିଶୋର ଚନ୍ଦ୍ର ମହାରଣା ଓ ହରେଶ ଚନ୍ଦ୍ର ବେହେରା ସେମାନଙ୍କ କାର୍ଯ୍ୟଭାର ନୂତନ କମିଟିକୁ ହସ୍ତାନ୍ତର କରିଥିଲେ। ନୂତନ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କାର୍ଯ୍ୟକାରି କମିଟିକୁ ଜିଲ୍ଲା ବାସୀ, ନାଗରିକ ମଞ୍ଚ, ବୁଦ୍ଧିଜୀବୀ, ସାମଜିକ କର୍ମୀମାନେ ଅଭିନନ୍ଦନ ଜାଣାଇ ଶିଶୁ ମଙ୍ଗଳ ଓ ସୁରକ୍ଷା ଦିଗରେ ସେମାନଙ୍କ ଭୁମିକା ଓ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top