ଜିଲ୍ଲା ପରିକ୍ରମା

ଜିଲ୍ଲାଶିକ୍ଷାଅଧିକାରୀଙ୍କ ପ୍ରତି ସୃତିପରେ ଶିକ୍ଷକ ମାନଙ୍କ ଆନ୍ଦୋଳନ ସ୍ଥଗିତ ରହିଲା

ମାଲକାନଗିରି,୨ା୫(ଓଡିଆ ପୁଅ )  ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦାୟୀକରି ତୁରନ୍ତ ତାଙ୍କୁ ନିଲମ୍ବନ କିମ୍ବା ବଦଳି କରିବା ଓ ୯ଦଫା ଦାବିପୁରଣ ନେଇ ଆଜି ମାଲକାନଗିରି ଜିଲ୍ଲାର ଦୁଇଟି ଶିକ୍ଷକ ସଘଂର ଶତାଧିକ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ଡିଏନକେ ମଇଦାନ ଠାରୁ ଏକ ସୋଭା ଯାତ୍ରାରେ ସହରପରିକ୍ରମା କରିବା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଜିଲ୍ଲାଶିକ୍ଷା ଅଧିକାରୀ ମାନସ କୁମାର ଜେନା ହସ୍ତକ୍ଷେପ କରି ବାରୁ ଏହା ସ୍ଥଗିତ ହୋଇଛି । ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଘଂପକ୍ଷରୁ ୯ଦଫା ଦାବି ଓ ବିଇଓଙ୍କ ନିଲମ୍ବନ ଲାଗି ଶିକ୍ଷା ସଚିବ,ପ୍ରାଥିମକ ଶିକ୍ଷାନିର୍ଦେଶକ,ଗଣଶିକ୍ଷାବିଭାଗ,ମାଲକାନଗିରି ଜିଲ୍ଲାପାଳ ଙ୍କ ସହିତ ଅନ୍ୟାନ ଶିକ୍ଷାବିଭାଗର ଅଧିକାରୀଙ୍କୁ ଏକ ଦାବିପତ୍ର  ଗତ୨୦ ତାରିଖରେ ପ୍ରଦାନ କରା ଯାଇଥିଲା । କୌଣସି ଦାବିପୁରଣ ନହେବାରୁ ମାଲାକନଗିରି ଜିଲ୍ଲାରେ ଥିବା ହରିପୁର ରୋଡ ଓ ଖାରବେଳ ନଗର ଶାଖା ର ଦୁଇଟି ଶିକ୍ଷକ ସଘଂର ସଭାପତି ଙ୍କ ନେତୃତ୍ୱରେ ପ୍ରାୟ୨୦୦ରୁ ଉର୍ଦ୍ଦ ଶିକ୍ଷକଶିକ୍ଷୟତ୍ରୀ ମାନେ ଗତ୨୮ତାରିଖରେ  ବି.ବି ଗୁଡା ଉଚପ୍ରାଥମିକ ବିଦ୍ୟାଳୟ ଫାଟକ ରେ ତାଲାପକାଇ ଦେଇ  ଧାରଣାରେ ବସି ଉଜ୍ଜଳ,ଉଥାନ ତାଲିମ ନେବାକୁ ଆସୁଥିବା ସମସ୍ଥ ଶିକ୍ଷକମାନଙ୍କୁ ଅଟକାଇ ଥିଲେ । ଘଟଣାସ୍ଥଳରେ ଡିପିସି ତଥା ଜିଲ୍ଲାଶିକ୍ଷା ଅଧିକାରୀ ମାନସକୁମାର ଜେନା ପହଁଚି ଦୁଇଟି ଶିକ୍ଷକ ସଘଂ,ମାଲକାନଗିରି ବ୍ଲକ ଶିକ୍ଷକ ସଂଘର କର୍ମକର୍ତାମାନଙ୍କୁ ବୁଝାଇ ଦାବିଗୁଡିକ ସରକାରି ନିୟମ ଅନୁଯାଇ କ୍ରମାନୁସାରେ ସମାଧାନ କରା ଯିବ,୧ତାରିଖ ପର୍ଯ୍ୟନ୍ତ ନିରବ ରହି ଆନ୍ଦୋଳନ ପ୍ରତ୍ୟାହର କରନ୍ତୁ ବୋଲି କହିବାରୁ ଆନ୍ଦୋଳନକାରି ମାନେ ୧ଘଟାଂପରେ ଧାରଣା ପ୍ରତ୍ୟାହର କରିଥିଲେ । ୧ତାରିଖରେ କୌଣସି ବ୍ୟବସ୍ଥା କରା ନଯିବାରୁ ଆଜି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାଭୋ ଯାତ୍ରା କରିବା ପାଇଁ ପ୍ରସ୍ତୁତି ହେଉଥିବାରୁ , ଜିଲ୍ଲାଶିକ୍ଷାଅଧିକାରୀ ମାନସକୁମାର ଜେନା ଶିକ୍ଷକ ସଘଂର କର୍ମକର୍ତାମାନଙ୍କୁ କାର୍ଯ୍ୟାଳୟକୁ ଡାକି ଏକ ବୌଠକ କରିଥିଲେ । ସେମାନଙ୍କ ୯ଦଫା ଦାବିଗୁଡିକୁ ଆଶୁ ସମାଧାନ କରିବା ପାଇଁ ଲିଖିତ ପ୍ରତି ସୃତି ଦେବାପରେ ଶିକ୍ଷକ ମାନେ ସୋଭାଯାତ୍ରା ଓ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଏହି ବୌଠକରେ ରଜିଂତକୁମାର ନାୟକ,ବୃଷକେତୁ ବେହେରା ,ଗୌରୀସ୍ୟାମମାହାନ୍ତି,ଗଣେଷ ଚନ୍ଦ୍ର ଜେନା,ରତିକାନ୍ତ ପାଣିଗ୍ରାହୀ,ଗୁରୁପଦ ସରକାର,ଅଜୟ ସତପଥି, ହରିହରପଡିଆମି, ରଜଂତକୁମାର ମାଲ,ମନୋରଜଂନ ବେହେରା,ଅଜୟକୁମାର ସ୍ୱାଇଁ,ରତିକାନ୍ତ ବେହେରା,ସମିରକୁମାର ରାଉତରାୟ,ମଥୁରାନନ୍ଦରାଉତ  ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ । ଶିକ୍ଷକ ସଂଘର ଦାବିଗୁଡିକ ମଧ୍ୟରେ ମୁଖ୍ୟତ ସରକାରୀ ନିୟମ ଅନୁ ଯାଇ ପ୍ରତିମାସରେ ଶିକ୍ଷକ ଓ ଅନ୍ୟାନ କର୍ମଚାରିଙ୍କ ଦରମା ପ୍ରଥମସପ୍ତାହରେ ପ୍ରଦାନକରିବାକଥା,କୌଣସି ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନିଲମ୍ବନ କରିବା ଆଗରୁ ସେମାନଙ୍କୁ କାରଣଦର୍ଶା ନୋଟିସ ଦେବାକଥା,ହେଲେ ଏଥିପ୍ରତି ବିଇଓ ଗୁରୁତ୍ୱ ନଦେଇ ମନଇଛା ଭାବେ କାମକରୁଛନ୍ତି ।ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା୭୩୬୯ା ତା ୩୦.୩.୨୦୧୮ରିଖରେ ନିଦେ୍ର୍ଦଶ ଅନୁସାରେ ଉପ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ୪୦ପ୍ରତିଶତ ଦରମା.ଏରିଅର୨୯ ମାର୍ଚମଧ୍ୟରେ ଦେବା କଥା ଏଥିରେ ଅବହେଳା କଲେ ସଂପୃକ୍ତ ବ୍ଲକ ଶିକ୍ଷାଅଧିକାରୀ ନିଲମ୍ବନ ହେବେ, ଯାହାକୁ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ପାଳନକରି ନାହାଁନ୍ତି ।ଯୋଗ୍ୟତା ଭିତିରେ ପ୍ରମୋଶନ କରା ନ ଯାଇ ଅର୍ଥକାରବାର କରି ଶିକ୍ଷକ ମାନଙ୍କୁ ପ୍ରମୋଶନ କରାଯାଉଛି ।ମାଲକାନଗିରି ଜିଲ୍ଲାରେ ଅଧିକାଂଶ ସମୟରେ ଫୋନନେଟ କାମକରୁନଥିବାବେଳେ ମଧ୍ୟାହ୍ନଭୋଜନ ଏସ.ଏମ.ଏସ ଠିକ ଭାବେ କରାଯାଇପାରୁ ନାହିଁ , ଏଥିପ୍ରତି କୋହଳ ମନ ଭାବ ନିଆ ଯାଉ । ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଜିପିଏଫ, ଇନକ୍ରିମେଟ.ଏମ.ଏସ.ପି ଆଦି ବିନା ଉକ୍ରୋଚରେ ୭ଦିନ ମଧ୍ୟରେ କରାଯାଉ । ବ୍ୟକ୍ତିଗତ ଆକ୍ରୋଶ ନ ରଖି ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହିତ ଅନ୍ୟାନ ଦାବିନେଇ ବ୍ଲକଶିକ୍ଷା ଅଧିକାରୀ ଙ୍କ ବିରୋଧରେ ମାଲକାନଗିରି ବ୍ଲକ ପ୍ରାଥମିକଶିକ୍ଷକ ସଘଂ ପକ୍ଷରୁ ଲିଖିତ ଅଭିଯୋଗ ଗତ ୨୦ତାରିଖରେ କରା ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top