ଓଡ଼ିଶା

ଜିଲ୍ଲାର ୬୦ଟି ମଣ୍ଡିରୁ ୫୬୫୪୪୭ କ୍ୱିଟାଂଲ ଧାନ ଉଠିଲା, ୧୧୬୨୪ ଜଣ ଚାଷୀଙ୍କୁ ମିଳିଲା ୭୪ କୋଟି ୬୮ ଲକ୍ଷ ୧୭ ହଜାର ଟଙ୍କା

ମାଲକାନଗିରି, ୩ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ନଭେମ୍ବର ମାସ ୧୦ ତାରିଖରୁ ମଣ୍ଡି ଖୋଲାଯାଇ ସାତଟି ଯାକ ବ୍ଲକ ୮ଟି ଲ୍ୟାମ୍ପସ ଅଧିନରେ ଥିବା ୬୦ଟି ମଣ୍ଡିରୁ ୨୪୭୬୦ ଜଣ ଚାଷୀଙ୍କ ଠାରୁ ୫୬୫୪୪୭.୬୭ କ୍ୱିଟାଂଲ ଧାନକ୍ରୟ କରା ଯାଇ ୧୧୪୨୪ ଜଣ ଚାଷୀଙ୍କୁ ୭୪ କୋଟି ୬୮ଲକ୍ଷ ୧୭ ହଜାର ଟଙ୍କା ପ୍ରଦାନ କରାଯାଇଛି।

ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୦ଟି ମଣ୍ଡିଖୋଲା ଯାଇଛି, ଚାଷୀମାନଙ୍କଠାରୁ ଅଣ ଜଳସେଚିତ ଜମିରୁ ଏକର ପିଛା ୧୬ କୁଇଟାଂଲ ଓ ଜଳସେଚିତ ଜମିରୁ ୧୯ କୁଇଟାଂଲ ଧାନ କ୍ରୟ କରାଯିବ।

ଜିଲ୍ଲାର କାଲିମେଳା, ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି, ଗୁମ୍ମା, ଖଇରପୁଟ, ସାତଟି ଯାକ ବ୍ଲକରେ ୬୦ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିଷ୍ପତି ନିଆଯାଇ ୮ଟି ଲ୍ୟାମ୍ପସକୁ ଦାଇତ୍ୱ ଦିଆଯାଇଛି ମାଲକାନଗିରି ଜିଲ୍ଲା ୮ଟି ଲ୍ୟମ୍ପସ ରେ ୬୮୮୯୦.୩୬ ଜଣ ଚାଷୀ ଙ୍କର ନାମ ପଞ୍ଜିକରଣ ହୋଇସାରିଛି। ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଟାଂଲ ପିଛି ୧୫୫୦ ଟଙ୍କା ଓ ଗ୍ରେଡ ୧ କିସମ ଧାନ ୧୫୯୦ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି। ନଭେମ୍ବର ମାସ ୧୦ତାରିଖରୁ ଜାନୁଆରୀ ମାସ ୨ ତାରିଖ ମଧ୍ୟରେ ମାଲକାନଗିରି ଲ୍ୟମ୍ପସ ଅଧିନରେ ଥିବା ୬ଟି ମଣ୍ଡିରୁ ୭୯୫୭୨.୬୯ କି୍ୱଟାଂଲ ଧାନ ଉଠା ସରିଛି। ସିଖପାଲି ଲ୍ୟାମ୍ପସର ୫ଟି ମଣ୍ଡିରୁ ୬୧୩୫୫.୦୫, କାଲିମେଳା ଲ୍ୟାମ୍ପସର ୧୧ ଟି ମଣ୍ଡିରୁ ୧୨୨୩୪୧.୭୯ ପିଡିଆ ଲ୍ୟାମ୍ପସର ୭ଟି ମଣ୍ଡିରୁ ୭୪୨୬୫.୪୮, କୋରକୁଣ୍ଡା ଲ୍ୟାମ୍ପସର ୧୨ଟି ମଣ୍ଡିରୁ ୧୧୦୦୫୮.୮୪, ମାଥିଲି ଲ୍ୟାମ୍ପସର ୮ଟି ମଣ୍ଡିରୁ ୪୯୮୨୩.୧୨, ଖଇରପୁଟ ବଣ୍ଡା ଲ୍ୟାମ୍ପସର ୬ଟି ମଣ୍ଡିରୁ ୩୭୭୩୬.୦୭, କୁଡୁମୁଲୁଗୁମ୍ମା ଲ୍ୟାମ୍ପସର ୫ଟି ମଣ୍ଡିରୁ ୩୦୨୯୪.୬୩ କ୍ୱିଟାଂଲ ଧାନ ମିଲରମାନେ ଉଠାଇ ଛନ୍ତି, ଖୁବଶିଘ୍ର ୬୦ଟି ଯାକ ମଣ୍ଡିରେ ଚାଷୀମାନଙ୍କ ଠାରୁ ଟାର୍ଗେଟ ଅନୁସାରେ ଧାନକ୍ରୟ କରାଯାଇ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ଦିଆଯିବ। ଇତି ମଧ୍ୟରେ ୧୧୬୨୪ ଜଣ ଚାଷୀଙ୍କୁ ଅନଲାଇନରେ ସେମାନଙ୍କ ପାସ ବୁକରେ ୭୪ କୋଟି ୬୮ ଲକ୍ଷ ୧୭ ହଜାର ଟଙ୍କା ଜମାକରା ଯାଇଛି। ମାଲକାନଗିରି ଜିଲ୍ଲାରେ ୮ଲକ୍ଷ ୫୨ ହଜାର କି୍ୱଟାଂଲ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଯାଇଛି। ଚାଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ଧାନ ବିକ୍ରୀ ପଇସା ଅନଲାଇନ ମାଧ୍ୟମରେ ଦିଆଯିବ, ସମସ୍ଥ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହିତ ଧାନ କ୍ରୟ ଚାଲିଛି, କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ସମସ୍ଥ ମଣ୍ଡିକୁ ଯୋଗଣ ବିଭାଗ ଅଧାକାରୀ ଓ ଲ୍ୟାମ୍ପସ ଏମଡିଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରି ଚାଷୀମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ତଦାରଖ କରୁଛନ୍ତି ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top