ଓଡ଼ିଶା

ଜିଲ୍ଲାର ୪ଗୋଟି ବ୍ଲକର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ।

ପୋଲସରା ୬ ଜୁନ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ରାଜ୍ୟର ମୋଟ ୧୪୭ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି। ଏଥି ମଧ୍ୟରୁ ପୋଲସରା ଏବଂ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ନାମରେ ଦୁଇଗୋଟି ନିର୍ବାଚନ ମଣ୍ଡଳୀ ରହିଛି। ଏହି ଦୁଇଗୋଟି ନିର୍ବାଚନ ମଣ୍ଡଳୀ ୧୯ ନଂ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି। ସବୁଠାରୁ ଖୁସିର କଥା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ରୂପେ ଲଡୁ କିଶୋର ସ୍ଵାଇଁ ରହିଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଶ୍ରୀକାନ୍ତ ସାହୁ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବେ ଚର୍ଚ୍ଚିତ ଖଲ୍ଲିକୋଟ ର ରାଣୀ ସାହେବା ଭି.ସୁଜ୍ଞାନୀ କୁମାରୀ ଦେଓ ରହିଛନ୍ତି।ଏହି ତିନିଜଣ ବର୍ତ୍ତମାନ ରାଜ୍ୟର ଶାସନ ଭାର ସମ୍ଭାଳି ଆସୁଥିବା ବିଜୁ ଜନତା ଦଳର ଜଣେ ଜଣେ ସଦସ୍ୟ ଓ ସଦସ୍ୟା ଅଟନ୍ତି ଯାହାକି ଉଭୟ ନିର୍ବାଚନ ମଣ୍ଡଳୀ ସାଧାରଣ ଜନତାଙ୍କ ପାଇଁ ଅତି ଖୁସିର କଥା , ତେବେ ଏହିସବୁ ଖୁସି ମଧ୍ୟରେ ସବୁଠାରୁ ଗର୍ବର ବିଷୟ ହେଲା ଯେ ରାଜ୍ୟର ମୁଖିଆ ଭାବେ ଯିଏ ବର୍ତ୍ତମାନ ଗାଦିରେ ବସି ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଶାସନ କରିବାର ବିରଳ ସୁଯୋଗ ପାଇଛନ୍ତି ସିଏ ହେଉଛନ୍ତି ସମଗ୍ର ଦେଶ କାହିଁକି ସମଗ୍ର ବିଶ୍ୱରେ ଝଡର ଇଗଲ ରୂପେ ପରିଚିତ ୰ବିଜୁ ପଟ୍ଟନାୟକ ଙ୍କ ପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାହାଙ୍କ ନାମରେ ଦୀର୍ଘ ଦୁଇ ଦଶନ୍ଧି ମୂଲ୍ୟବାନ ସମୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି।ରାଜ୍ୟବାସି ଅତି ବିଶ୍ୱାସ ସହିତ ନିଜର ମୂଲ୍ୟବାନ ଭୋଟଦେଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ମାତ୍ର ଅତି ଦୁର୍ଭାଗ୍ୟର ବିଷୟ ଆଜକୁ ପ୍ରାୟ ପାଞ୍ଚବର୍ଷ ହେବ ରାଜ୍ୟ ଶାସନର ଏନ୍ତୁଡ଼ିଶାଳ ରୂପେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଶତକଡ ୭୦%ଭାଗ ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି ବୋଲି ଉଲ୍ଲେଖ କରାଗଲେ କୌଣସି ଅତ୍ୟୁକ୍ତି ହେବନାହିଁ।ଯାହାର ଜ୍ୱଳନ୍ତ ପ୍ରମାଣ ଉପର ଉଲେଖିତ ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ଥିବା ପୋଲସରା , ବୁଗୁଡା , କୋଦଳା , କବିସୂର୍ଯ୍ୟନଗର , ବେଗୁନିଆପୋଡା , ସୁମଣ୍ଡଳ , ରାହାଡା , ଆଠଗଡ଼ ପାଟଣା , ହାତୀଓଟ , ଢୁଙ୍କାପୋଡ଼ା , ମଥୁରା , ପଣ୍ଡିରିପୋଡା , ଚିରିକିପଡା ଶାସନ , ମାଣିତରା , କରଚୁଲି , ବାଲିପଦର , ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ୱାସ୍ଥ୍ୟ ସେବା ଠିକ ଭାବେ ହେଉନଥିବା ତ ଦୂରର କଥା ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ସବୁ ଭୁତକୋଠି ପାଲଟି ଗଲାଣି। ଆଜକୁ ପ୍ରାୟ ଦୁଇ ଦଶନ୍ଧି ଧରି ଜିଲ୍ଲା ବାସୀଙ୍କ ବିଭିନ୍ନ ସମସ୍ୟା ଗୁଡିକକୁ ସମାଧାନ କରିବାରେ ନିରନ୍ତର ଭାବେ ପ୍ରୟାସ ଜାରି ରଖିଥିବା ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଚଳିତ ଜୁନମାସ ୧ତାରିଖ ଶୁକ୍ରବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ,ସ୍ୱାସ୍ଥ୍ୟସଚିବ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ,ଗଞ୍ଜାମ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପତ୍ର ମାଧ୍ୟମରେ ଅବଗତ କରା ଯାଇଛି।ଏଥିରେ ଯଦି ଅବହେଳା ପ୍ରଦର୍ଶନ କରାଯିବାକୁ ଚେଷ୍ଟା କରାଯାଏ ତେବେ ମଞ୍ଚ ତରଫରୁ ସର୍ବସାଧାରଣଙ୍କ ସହଯୋଗରେ ଜନ ଆନ୍ଦୋଳନ କରାଯିବ ଏପରିକି ଅଵଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ଚେତାବନୀ ଦିଆଯାଇଛି।ଜନ ସାଧରଣଙ୍କ ସ୍ୱାର୍ଥକୁ ଦୃଷ୍ଟି ଆଗରେ ରଖି ମଞ୍ଚର ଜିଲ୍ଲା ସଭାପତି ତଥା ସାମାଜିକ କର୍ମୀ ସମରଜିତ ମହାନ୍ତି ଙ୍କ ଦ୍ଵାରା ମଞ୍ଚ ତରଫରୁ ଅତି ଆବଶ୍ୟକ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ସଜାଡ଼ିବା ପାଇଁ ନିଆ ଯାଇଥିବା ମାନବିକତା ପୂର୍ଣ ଉପଯୁକ୍ତ ପଦକ୍ଷେପକୁ ସମ୍ମାନ ଜଣାଇ ଶାସକ ଏବଂ ପ୍ରଶାସକ ବିଭାଗ କେତେଶୀଘ୍ର ଉଚିତ ଢଙ୍ଗରେ ସ୍ପଷ୍ଟ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top