ଜିଲ୍ଲାର ୩ଟି ବ୍ଲକକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ

ଅନୁଗୋଳ, ୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲା ଖଣିଜ ପାଣ୍ଠିରେ ତାଳଚେର, କଣିହାଁ ଏବଂ ଛେଣ୍ଡିପଦା ବ୍ଲକ ନିମନ୍ତେ ୮୩୦.୧୪କୋଟି ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପକୁ ଜିଲ୍ଲାପାଳ ଅନିଲ କୁମାର ସାମଲ ଆଜି ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩ଟି ବ୍ଲକ ପାଇଁ ଅନୁମୋଦନ କରାଯାଇଛି। ଅବଶିଷ୍ଟ ପ୍ରକ୍ରିୟା କାର୍ଯ୍ୟକୁ ତୁରନ୍ତ ଶେଷ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆନୁଷ୍ଠାନିକ ଭାବେ ଏହି ଅନୁମୋଦନ କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ବିକାଶ ଦାସ, ଜିଲ୍ଲା ଖଣିଜ ପାଣ୍ଠିର ସିଭିଲ ଇଞ୍ଜିନିୟର ଜ୍ୟୋତି ପ୍ରକାଶ ନାଥ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ଜିଲ୍ଲାରେ ୧୬ଶହ କୋଟି ଟଙ୍କା ବ୍ୟୟରେ ସମଲ ଆନିକଟ ବ୍ରାହ୍ମଣୀ ନଦୀରୁ ଜିଲ୍ଲା ସମସ୍ତ ବ୍ଲକକୁ ପାଇପ ଜଳ ଯୋଗାଣ କରାଯିବ।

Leave a Reply

Your email address will not be published. Required fields are marked *