ଜିଲ୍ଲା ପରିକ୍ରମା

ଜିଲ୍ଲାରୁ ଶ୍ରମିକ ଚାଲାଣ ରୋକିବା ପାଇଁ ଶ୍ରମିକ ସମାବେଶ ଓ କର୍ମଶାଳା

ମାଲକାନଗିରି, ୧ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲାର ବିଭିନ୍ନ ଗ୍ରାମରୁ ପ୍ରତିଦିନ ଶତାଧିକ ଶ୍ରମିକ ବାହର ରାଜ୍ୟକୁ ଦାଦନଖଟିବାକୁ ଯାଇ ବିଭିନ୍ନ ସମୟରେ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି। ବାହର ରାଜ୍ୟକୁ ଶ୍ରମିକ ଚାଲାଣ ଓ ଦାଦନ ଶ୍ରମିକ କିପରି ରୋକା ଯାଇପାରିବ ସେନେଇ ଜିଲ୍ଲାସଦର ମହକୁମା ସ୍ଥ ଓଟିଏଲପି ସଭାଗୃହରେ ହାରମୋନି ସଂସ୍ଥାର କାର୍ଯ୍ୟନିର୍ବାହି ସଂପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶ୍ରମିକ ସମାବେଶ ଅନୁଷ୍ଟିତ ହୋଇଯାଇଛି। ନାବାର୍ଡ ଜିଲ୍ଲାଉନ୍ନୟନ ଅଧିକାରୀ ସୁଭାସ ଚନ୍ଦ୍ର ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନକରି ସମାବେଶକୁ ଉଦଘାଟନ କରିଥିଲେ।ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମକରି ଠିକ ସମୟରେ ଶ୍ରମିକ ମାନେ ମଜୂରି ନପାଇବାରୁ ନିଜ ପରିବାର ପ୍ରତି ପୋଷଣ କରିବାପାଇଁ ବାଧ୍ୟହୋଇ ଅନନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ଶ୍ରମିକ ମାନଙ୍କୁ ଠିକ ସମୟରେ ମଜୂରି ପ୍ରଦାନକରିବା ବାହର ରାଜ୍ୟକୁ ଶ୍ରମିକ ଚାଲାଣ ବନ୍ଦକରିବା, ଶ୍ରମିକ ମାନଙ୍କର ନାମ ପଜିଂକରଣକରିବା, ଶ୍ରମିକ ସଂଗଠନ କରାଯାଇ ସେମାନଙ୍କ ସମସ୍ୟାଗୁଡିକ ପ୍ରତି ଗୁରୁତ୍ୱ ଦେବାପାଇଁ ସଭାରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟବକ୍ତାଭାବେ ଜିଲ୍ଲାଶ୍ରମଅଧିକାରୀ ମଦନମୋହନ ପାଇକ, ସମ୍ମାନିତ ଅତିଥି ଭାବେ ସହ ଶ୍ରମଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ, ସାମ୍ବାଦିକ ରତ୍ନାକରଦାଶ, କେଶବଚନ୍ଦ୍ର ନାୟକ, ଦୁର୍ଯଧନପାତ୍ର, ଗୋରାଖୁଟାଂ ପଚାଂୟାତ ସରପଚଂ ଏରାପଡିଆମି ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଉପୁଜିଥିବା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲାସଂଯୋଜକ ହରେଶଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶ୍ରମିକ ସମାବେଶରେ ଚିତ୍ରକୋଣ୍ଡା, ମାଲକାନଗିରି, ମାଥିଲି, କାଲିମେଳା, ପଡିଆ, ଖଇରପୁଟ, କୋରକୁଣ୍ଡା ସାତଟି ଯାକ ବ୍ଲକରୁ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ମାନେ ଯୋଗଦେଇ ନିଜ ନିଜ ଅଚଂଳର ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top