ଜିଲ୍ଲା ପରିକ୍ରମା

ଜିଲ୍ଲା ବିଜେଡି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା

ମାଲକାନଗିରି, ୧୭ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ସ୍ଥାନୀୟ ସତିଗୁଡା ଇକୋପାର୍କ ଠାରେ ଜିଲ୍ଲାସଭାପତି ବିଧାୟକ ମାନସ ମାଡକାମିଙ୍କ ଅଧ୍ୟ କ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଆଜିର ଏହି ବୌଠକରେ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଲକାନଗିରି ଜିଲ୍ଲାରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମଚଂଳର ଗରିବ ଲୋକେ ସାମିଲହୋଇ ତାର ସୁଫଳ ନେବେ ସେ ସଂପର୍କରେ କହିଥିଲେ। ଏହାବ୍ୟତିତ ଜିଲ୍ଲାକୁ ରାଜ୍ୟର ସବୁ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲା ଭାବେ ପ୍ରତିଷ୍ଟାକରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସାଧାରଣ ବଟଂନ ବ୍ୟବସ୍ଥା, ବାର୍ଦ୍ଦକ୍ୟ ଓ ବିଧାବ ଭତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକାଘର ଯୋଜନାରେ ଗରିବ ଲୋକମାନଙ୍କୁ ସମିଲ କରାଯିବା ପାଇଁ ଗୁରୁତ୍ୱ ଦିଆ ଯିବ ବୋଲି ସାଂସଦ କହିଥିଲେ।

ଏହି ବୌଠକରେ ମାଲକାନଗରି ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତ କୌର, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଧନୁର୍ଯ୍ୟ ମାଡକାମି, ସତ୍ୟପାଣିଗ୍ରାହି, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ବିଜେଡି ନେତା ରମେଶ ପଟନାୟକ, ପ୍ରଭାକର ହନ୍ତାଳ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ରାଜେନ୍ଦ୍ର ପଣ୍ଡା, ସଦାନନ୍ଦ ଖରା, ସତ୍ୟପାଣିଗ୍ରାହୀ, ଆଇନ ଜୀବୀ ଲମ୍ବୋଧର ତୁର୍କୁ, ଦହନା ଟାଙ୍ଗୁଲ, ଜିଲ୍ଲା ଯୁବ ବିଜେଡି ସଭାପତି ନିରୋଧ ମିସ୍ତ୍ରୀ, ପ୍ରଭାକର ପ୍ରାଧନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୋମେଶ ବାଗ, ଚିତ୍ରକୋଣ୍ଡା ନିବା ର୍ଚନମଣ୍ଡଳୀ ଯୁବ ସଂଗଠକ ଶ୍ରୀନିବାସମୁଦୁଲି, ସବ ର୍ବିଷୋୟୀ, ବିକାଶ ମଣ୍ଡଳ, ନାକା ନୁକାଲ ରାଜୁ.ପିଏସ.ରାବିଡ କୁମାର ଙ୍କ ସହିତ ବିଜେଡି ଦଳର ବରିଷ୍ଟ ନେତେ ଓ କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ସମ୍ବାଦିକ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲାସଦର ମହକୁମା ସହିତ ସାତଟି ଯାକ ବ୍ଲକରୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ସାଂସଦଙ୍କୁ ଜଣାଇଥିଲେ, ବୈଠକ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top