ଜିଲ୍ଲାବାସୀଙ୍କ ଅଧୁରା ସ୍ୱପ୍ନ ସତହେବ.: ମାଲକାନଗିରି ରୁ ହାଇଦ୍ରାବାଦ ସହରକୁ ନୂତନ ଶିତତାପ ନିୟନ୍ତ୍ରୀତ ବସ ଚାଲିବ

ମାଲାକନଗିରି,୧୨ା୩ (ଓଡିଆ ପୁଅ ) ଗତ5ତାରିଖରେ ମାଲକାନଗିରି ଠାରୁ ହାଇଦ୍ରାବାଦକୁ ଯାତ୍ରାକରୁଥିବା ବସ ଟିକୁ ଛତିଶଗଡ ଧରନାପାଲ ଠାରେ ମାଓବାଦୀ ମାନେ ପୋଡିଦେବେପରେ  ଜିଲ୍ଲାବାସୀଙ୍କ ହାଇଦ୍ରାବାଦକୁ ଯିବା ଅଧୁରା ରହି ଯାଇଥିଲା ,ଆସନ୍ତା ବୁଧବାର ଦିନ ପୁଣି ଏକ ନୁଆ ଶିତତାପ ନିଯନ୍ତ୍ରୀତ ବସ ମାଲକାନଗିରି ଠାରୁ ହାଇଦ୍ରାବାଦକୁ ଚଳାଚଳ କରିବା ପାଇଁ ନିସ୍ପତି ନିଆଯାଇଥିବାରୁ ଜିଲ୍ଲାବାସୀ ଆନନ୍ଦିତ ହୋଇଛନ୍ତି , ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ହାଇଦ୍ରାବାଦ ସହରକୁ ଶୀତତାପ ନିୟନ୍ତ୍ରୀତ ଭିଡିଓ ଡିଲକ୍ସ ବସକୁ ଗତ ୫ତାରିଖରେ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ଘରୋଇବସ ମାଲିକ ସଂଘପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗିରି ବିଧାୟକ ମାନସମାଡକାମି ଯୋଗଦେଇ ସବୁଜପତକା ଦେଖାଇ ଉକ୍ତ ନୁତନ ବସଟିକୁ ଉଦଘାଟନ କରିଥିଲେ । ବସଟି ୫ତାରିଖ ସନ୍ଧ୍ୟାରେ ହାଇଦ୍ରାବାଦ ଅଭିମୁଖେ ଯାତ୍ରାକରିଥିଲା,ଛତିଶଗଡ ଧରନାପାଲ ଠାରେ ଅନ୍ୟ ବସ ସହିତ ଏହି ବସଟିକୁ ମାଓବାଦୀ ମାନେ କୌଣସିକାରଣରୁ ନିଆଁ ଲଗାଇ ପୋଡିଦେଇଥିଲେ । ବସଟି ପୋଡିଦେବାପରେ ଜିଲ୍ଲାବାସୀଙ୍କ ହାଇଦ୍ରାବାଦ ଯିବା ସ୍ୱପ୍ନ ଅଧୁରା ହୋଇଯାଇଥିଲା । ମାଲକାନଗିରି ଘରୋଇବସ ମାଲିକ ସଂଘ ସଭାପତି ଭକ୍ତଚରଣ ରାଉତ  ଓ ଜିଲ୍ଲାବାସି ଙ୍କ ଅନୁରୋଧ କ୍ରମେ ଛତିଶଗଡରୁ ହାଇଦ୍ରାବାଦକୁ ଚଳା ଚଳାକରୁଥିବା ଅମିସ (ଏଆରଏମଟି) ବସର ମାଲିକ ସଂଜିବ ତ୍ରୀପାଠୀ ଆଉ ଏକ ନୂଆଶୀତତାପ ନିନ୍ତ୍ରୀତ ବସକୁ ଆସନ୍ତା ବୁଧବାର ଠାରୁ ମାଲକାନଗିରି ବସଷ୍ଟାଣ୍ଡ ରୁ ହାଇଦ୍ରାବାଦକୁ ଚଳାଚଳକରିବା ପାଇଁ ରାଜି ହୋଇଥିବାର ଜଣାପଡିଛି । ୪୦ ସିଟ୍ ବିଶିଷ୍ଟ ଅମିସ (ଏଆରଆମଟି)ନାମକ ଭିଡିଓ ଡିଲକ୍ସ କୋଚ ଏସି ଘରୋଇ ବସଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ସନ୍ଧ୍ୟା ୫ଟାରେ ହାଇଦ୍ରାବାଦ ଅଭିମୁଖେ ଛାଡିବ,ଏହି ବସଟି  ଛତିଶଗଡ ସୁକମା ଜିଲ୍ଲା ହୋଇ   ହାଇଦ୍ରାବାଦରେ ତାପରଦିନ ସକାଳ ୫ଟାରେ ପହଁଚି ପୁଣି ସେହିଦିନ ସନ୍ଧ୍ୟା ୫ଟାରେ ମାଲକାନଗିରି ଅଭି ମୁଖେ ଯାତ୍ରାକରିବାର ବ୍ୟବସ୍ଥା ହୋଇଛି ।ମାଲକାନଗିରି ଠାରୁ ହାଇଦ୍ରାବାଦକୁ ୫୧୨କିମି ଦୂରତା ଓ ୧୨ଘଟାଂ ସମୟ ମଧ୍ୟରେ ପହଁଚି ଯାଉଥିବାରୁ ମାଲକାନଗିରି ଜିଲ୍ଲାବାସୀ ଏବେ ସିଧାସଳଖ ଭାବେ ହାଇଦ୍ରାବାଦ ସହର ସହିତ ସଂପର୍କ ସ୍ଥାପନ କରିପାରିବେ, ଦେଶସ୍ୱାଧୀନ ହେବାପର ଠାରୁ ମାଲକାନଗିରି ଜିଲ୍ଲାବାସୀ ହାଇଦ୍ରାବାଦକୁ ସିଧାସଳଖ ଭାବେ ବସରେ ଯାତ୍ରାକରିବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଥିଲା । ସେମାନଙ୍କ ସ୍ୱପ୍ନସଫଳ ହୋଇଥିବାରୁ ଜିଲ୍ଲାବାସୀ ଘରୋଇ ବସ ମାଲିକ ସଂଘ ଓ ବସ ମାଲିକ ଙ୍କୁ ସାଧୁବାଦ ଜଣାଇଛନ୍ତି ।ମାଲକାନଗିରି ଠାରୁ ହାଇଦ୍ରାବାଦକୁ ଦୂରତା କମିଯିବା ସହିତ ମାତ୍ର ୬୦୦ଟଙ୍କା ବସ ଭଡାପଡୁଥିବାରୁ ଏବେ ଜିଲ୍ଲାବାସୀ ସିଧାସଳଖ ଭାବେ ହାଇଦ୍ରାବଦ ମେଡିକାଲକୁ ଉଚତର ଚିକିତ୍ସା ପାଇଁ ଯିବା ସହ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସହଜ ହୋଇଯାଉଥିବାରୁ ଜିଲ୍ଲାବାସୀମାନଙ୍କ ମନରେ ଆନନ୍ଦପ୍ରକାଶପାଇଛି ,

 

 

 

Leave a Reply

Your email address will not be published. Required fields are marked *