ଜିଲ୍ଲାପ୍ରଶାସନ ପକ୍ଷରୁ ୨୧ଟି ରାଇସ ମିଲଉପରେ ଚଢାଉ, ଚାଉଳ ଓ ଧାନ ଯାଚଂ

ମାଲକାନଗିରି, ୨୮ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା ଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ବିଭାଗପକ୍ଷରୁ ଜିଲ୍ଲାରେ ଥିବା ୨୧ଟି ରାଇସ ମିଲ ଉପରେ ଚଢାଉ ଚାଲିଛି। ଆଜି ସକାଳେ ମାଲକାନଗିରି, କାଲିମେଳା, ମାଥିଲି, ବାଲିମେଳା, ଗୋବିନ୍ଦପାଲ୍ଲି, କୋରକୁଣ୍ଡା ଠାରେ ଥିବା ୨୧ଟି ରାଇସ ମିଲଉପରେ ଜିଲ୍ଲାଯୋଗଣ ବିଭାଗ ସହକାରି ଅଧିକାରୀ, ସହକାରି ଜିଲ୍ଲାପାଳ ଓ ଅନ୍ୟାକର୍ମଚାରି ମାନେ ଚଢାଉକରି ଗୋଦମାରେ ଗଛିତ ଥିବା ଚାଉଳ ଓ ଧାନ ଗୁଡିକୁ ଯାଚଂକରି ସେଗୁଡୁକର ହିସାବ ମାଗିଥିଲେ।ଧାନ ମଣ୍ଡିରୁ କିଣା ଯାଇଥିବା ଧାନ ଓ ମିଲ କରୁଥିବା ଧାନର ପରିମାଣ ଗୁଡିକୁ ସଠିକ ଭାବେ ତଦାରଖ କରିଥିଲେ। ଏହି ଯାଚଂ କାର୍ଯ୍ୟ ଚାଲିଥିବାରୁ ସଠିକ ବିବରଣି ହସ୍ତଗତ ହୋଇପାରିନାହିଁ। ଜିଲ୍ଲାରେ ଚାଲିଥିବା ଧାନ ମଣ୍ଡିଗୁଡିକରେ ବ୍ୟାପକ ଦୁର୍ନିତି ଓ ହେରଫେର ହେଉଥିବାର ଅଭି ଯୋଗ ପାଇ ଜିଲ୍ଲାପ୍ରଶାନ ପକ୍ଷରୁ ରାଇସ ମିଲ ଗୁଡିକ ଉପରେ ଚଢାଉ ଚାଲିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *