ଜିଲ୍ଲାପାଳ ନିର୍ଦ୍ଦେଶକୁ ଖଇରା ତହସିଲଦାରଙ୍କ ବେଖାତିର

ଖଇରା, ୧୧/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ସୋର-ଖଇରା ରାଜ୍ୟ ରାଜପଥ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ବସିଥିଲା ବେଳେ ଆଳଦା ମୌଜାର ରକ୍ଷି ତଅନାବାଦି ଖାତା ନଂ୨୦୪ ପ୍ଲଟ ନଂ ୧୫୭ ଏରିଆ ୧୨ ଡିସିମିଲ ଯାହାର କିସମ ପାଣିନାଳ ଓ ସର୍ବସାଧାରଣ ଖାତା ନଂ ୨୦୩ ପ୍ଲଟ ନଂ ୭୧ ଏରିଆ ୩୧ଡିସିମିଲ ଶ୍ମଶାନ କିସମ ଅଟେ। ସରକାରୀ ଖାତାର ଜମି ସରକାରଙ୍କର ନହୋଇ ସ୍ଥାନୀୟ ଓ ବାହାର ଦଲାଲ ଙ୍କ କବ୍ ଜାରେ ସାଜିଛି ନୂଆବୋହୂ। ଖଇରାରେ ଦଲାଲଙ୍କର ରାଜ ଯେଉଁ ପରିମାଣରେ ବଢିଚାଲିଲାଣି ସେମାନଙ୍କୁ ମୁକାବିଲା କରିବା ନିଜକୁ ମଧ୍ୟ ଜଣେ ଦଲାଲ ସାଜିବାକୁ ଜରୁରୀ ମନେହୋଇଛି। ଏହାର ଅର୍ଥ ଏ ଗ୍ରାମର ଗ୍ରାମବାସୀମାନେ ସରଳ. ନିରୀହ, ନିଷ୍କପଟ ଶ୍ରେଣୀର ଅଟନ୍ତି। ହେଲେ ତା ମଧ୍ୟରେ ରହିଯାଇଛନ୍ତି କିଛି ଅସାମାଜିକ, ବେଇମାନ ପ୍ରକୃତିର ମଣିଷ। ସେହି ପରିପ୍ରେକ୍ଷିରେ ଏହି ଦୁଇ ଗୋଟି ଖାତା ଓ ୨ଗୋଟି ପ୍ଲଟକୁ ଦଲାଲମାନେ ଦଖଲ କରିନେଇଥିବାନେଇ ବିଭିନ୍ନ ସମୟରେ ଆପତି ଅଭିଯୋଗ ବିଭାଗୀୟ ଅଧିକାରୀଙ୍କ ଠାରେ ହୋଇଆସିଛି। ହେଲେ ତାର କୌଣସି ସୁଫଳ ଦେଖିବାକୁ ମିଳି ନାହିଁ। ପାଣିନାଳର ଓସାର ନକ୍ସାରେ ୨୦କଡି ଥିବାବେଳେ ସରଜମିନରେ ୨୦କଡି ନାହିଁ ଏବଂ ପାଣାଯାଇଛି। ପାଣିନାଳଟିକୁ ଉଦ୍ଧାର ନକଲେ ପଛକୁ ଥିବା ଶହଶହ ଏକର ଜମି ପାଣିବିନା ଚାଷ ନ ହୋଇ ମରିଯିବ। ଲୋକମାନଙ୍କର ବହୁବିଧ ସମସ୍ୟା ବଢିଯିବ। ତହସିଲଦାରଙ୍କୁ ପଚାରିବାରୁ ସୋର-କୁପାରୀ ରାଜ୍ୟପଥର ୨ ପାଶ୍ୱର୍ରେ ଅଧାଖଣ୍ଡିଆ ଗୃହ ନାହିଁ କି କୌଣସି ଅବରୋଧ ନାହିଁ ବୋଲି ପ୍ରକାଶ କରିଥିଲେ। ସେହିପରି ଶ୍ମଶାନ ପ୍ଲଟକୁ ଆବଧ କରିନେଇଥିବାରୁ ତାକୁ ମଧ୍ୟ ଉଦ୍ଧାର କରିବା ନିହାତି ଦରକାର। ଆଗାମୀ ଦିନରେ ଆସୁଥିବା ବର୍ଷାଦିନରୁ ଲୋକଙ୍କ ପେଟକୁ ଦାନାଯୋଗାଉ ଥିବା ଚାଷ ଜମି କୁ ପାଣି ଯିବାର ବ୍ୟବସ୍ଥା ଯଦି କରା ନ ଯାଏ ସେଥିପାଇଁ ଭବିଷ୍ୟତରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ଯେନା ହିଁ ଦାୟିରହିବେ ବୋଲି ଗତ ତା ୯.୪.୧୮ ରିଖରେ ଖଇରା ବ୍ଲକରେ ଜନଶୁଣାଣିରେ ଅଭିଯୋଗକାରୀମାନେ ପ୍ରକାଶ କରିଥିଲେ। ଗ୍ରାମବାସୀ ଦାବିକୁ ରକ୍ଷାକରିବା ପାଇଁ ପାଣିନାଳଟିକୁ ଖଇରା ଆରଆଇ ସରଜମିନରେ ତଦନ୍ତକରି ତୁରନ୍ତ ଅବରୋଧ ହଟାଇ ୨୦ କଡି ପାଣିନାଳକୁ ସରକାରୀ ଅମିନ ଦ୍ୱାରା ମାପକରି ସର୍ବସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଥିଲା। ଏ ବାବଦରେ ପୂର୍ବରୁ ବିଭିନ୍ନ ଦୈନିକ ଖବର କାଗଜରେ ଖବର ପ୍ରକାଶ ହେବା ପରେ ତହସିଲଦାର ରମେଶ ଚନ୍ଦ୍ର ଜେନାଙ୍କ ସହିତ ଆରଆଇ କାଳୀ ଚରଣ ମାଝୀ ସରଜମିନ ତଦନ୍ତରେ ଆସି ଅବଗତ ହେବା ପରେ ସଂଗେ ସଂଗେ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ଘର ଭାଙ୍ଗା ଘରକୁ ଭାଙ୍ଗି ଭଙ୍ଗା ଇଟାକୁ ତହସିଲକୁ ନେଇ ଯିବା ପାଇଁ ଓ ଶ୍ମସାନ ଜମିକୁ ମାପ କରି ତାର ବାଡ ନିମନ୍ତେ ନିଜ ବିଭାଗ ତରଫରୁ ଅର୍ଥ ଖର୍ଚ୍ଚ କରି ଘେରାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ୩ ମାସ ବିତିବାକୁ ଯାଉଥିଲେ ମଧ୍ୟ ପୂର୍ବତନ ତହସିଲଦାର ଜିଲ୍ଲାପାଳ ନିର୍ଦ୍ଦେଶକୁ ବେଖାତିର କରିଥିବା ବେଳେ ବର୍ତ୍ତମାନର ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ଗ୍ରାମବାସୀଙ୍କ ସହିତ ଗଣମାଧ୍ୟମର ପ୍ରତିନିଧିମାନେ ଭେଟି ବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ୧୫ ଦିନ ବିତିଯାଇଥିଲେ ମଧ୍ୟ ଫଳଶୂନ। ଚାଷୀ ଆତ୍ମହତ୍ୟା ପାଇଁ ତହସିଲଦାର ପ୍ରଦୀପ କୁମର ସାହୁ ହିଁ ଦାୟୀ ରହିବେ ବୋଲି ଗ୍ରାମବାସୀମାନେ ଗଣମାଧ୍ୟ ପ୍ରତିନିଧିମାନଙ୍କ ଆଗରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *