କଟକ

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ନଗର ଜିଲ୍ଲା ଯୁବମୋର୍ଚ୍ଚା

କଟକ  ୧/୯ (ଓଡ଼ିଆ ପୁଅ) ଭାରତୀୟ ଜନତା ଯୁବମୋଚ୍ଚା କଟକ ନଗର ତରଫରୁ ଗୁରୁବାର ଦିନ ଦିବା ୧୧.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ଅଫିସ୍ ଘରାଉ କରାଯାଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। କଟକ ସହରର ବିଭିନ୍ନ ଅବବ୍ୟସ୍ଥା ଯେମିତିକି ପରିମଳ, ରାସ୍ତା ଘାଟ, ନାଳ ଗୁଡିକର ମରାମତି ଏବଂ ବର୍ଷାଋତୁ ପୂର୍ବରୁ ପଙ୍କ ଉଦ୍ଧାର, ମସା ମରା ଇତ୍ୟାଦି କ୍ଷେତ୍ରରେ କଟକ ମହାନଗର ନିଗମ ସମ୍ପୁର୍ଣ୍ଣ ବିଫଳ ହୋଇଛି। ଏହି ଆଳରେ ମହାନଗର ନିଗମରୁ କୋଟି କୋଟି ଟଙ୍କା ହରିଲୁଟ ହୋଇଚାଲିଛି। ଇତି ମଧ୍ୟରେ ଇଦ୍ ସରିଯାଇଯାଥିବା ବେଳେ ସି.ଏମ୍ .ସିର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ। ସହରରେ ପୂଜା ପାର୍ବଣ କୁ ସରସ ସୁନ୍ଦର କରିବା ପାଇଁ ରାସ୍ତା ଘାଟ ନବୀକରଣ ଓ ପ୍ୟାଚ କାମ ବହୁ ପୂର୍ବରୁ ହୁଏ। ମାତ୍ର ଏ ବର୍ଷ ବର୍ଷା ଦିନେ ଏହି କାର୍ଯ୍ୟକୁ କରାଯାଇ ରାସ୍ତା ନିମ୍ମ ମାନର ହେବା ସାଙ୍ଗକୁ ଯେନ ତେନ ପ୍ରକାରର କାମ ଗୁଡିକୁ ଅଧପନ୍ତରିଆ କରି ଦୁଇ ଥର ବିଲ୍ ହୋଇ ଠିକାଦାର ଓ ଦୁର୍ନିତିଗ୍ରସ୍ତ ଜେ.ଇ ଙ୍କ ମଧ୍ୟରେ ଅସାଧୁ ମେଂଟ ହୋଇଛି। ସେହିଭଳି ଭାବରେ ମୁଖ୍ୟତଃ କଟକ ସହରରେ ଔଓଉଇ ଜନ୍ତ୍ରଣା ସାଙ୍ଗକୁ, ସି.ଏମ.ସି ସମ୍ପୁର୍ଣ୍ଣ ରୂପେ ସ୍ଥାଣୁ ପାଲଟିଯାଇଛି। ଔଓଉଇ ର ଖାମଖିଆଲି ମନୋଭାବ ଯୋଗୁଁ ସହରରେ ଗତ କିଛିଦିନ ତଳେ ଅସରାଏ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଔଓଉଇ ନିର୍ଦ୍ଧିଷ୍ଟ ଏକ ଅଂଚଳରେ କାର୍ଯ୍ୟ ସମ୍ପୁର୍ଣ୍ଣ ନକରି ଯେଉଁ ଭଳି ସମସ୍ତ ଅଂଚଳକୁ ଖୋଳି ପକାଇଛି, ତାହା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ସହରବାସୀ ପର୍ବ ପାଳନ କରି ପାରିବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବର୍ଷ ବର୍ଷା ଦିନେ ଉଗଉ ଓ ଔଓଉଇ କତୃପକ୍ଷ ମିଶିକରି କୁତ୍ରିମ ବନ୍ୟା ସୃଷ୍ଟିକରିବା ସହ ଲୋକମାନେ ଖାଲରେ ପଡି ମୃତ୍ୟୁମୁଖରେ ପଡୁଛନ୍ତି। ଏଣୁ ଅବ୍ୟବସ୍ଥାର ଏକ ତୁରନ୍ତ ସମାଧାନ ପାଇଁ ସ୍ମାରକ ପତ୍ରରେ ଉଲ୍ଲଖ ଥିଲା। ପୂର୍ବ ସୂଚନା ଥାଇ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ନରାହିବା ଏବଂ ତାଙ୍କ ବଦଳରେ ଯୁବମୋଚ୍ଚାର କାର୍ଯ୍ୟକର୍ତାଙ୍କ ପାଖରୁ ସ୍ମାରକ ପତ୍ର ଗ୍ରହଣ କରିବାକୁ ଅନ୍ୟ କୌଣସି ଅଧିକାରୀଙ୍କୁ ନିର୍ଦ୍ଦେଷ ନଦେବା କୁ ବିରୋଧକରି ଯୁବ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପ୍ରାୟ ଏକ ଘଂଟା ଧରି ଜିଲ୍ଲାପାଳଙ୍କ କକ୍ଷ ସାମ୍ନରେ ଧାରଣାରେ ବିସିଥିଲେ। ସଧାରଣ ଜନତାଙ୍କ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଖୋଦ ଜିଲ୍ଲାପାଳ କର୍ଣ୍ଣପାତ ନକରିବା ଜିଲ୍ଲା ପ୍ରଶାସନର କଟକ ସହର ବାସୀଙ୍କ ପ୍ରତି ଥିବା ଆନ୍ତରିକତା କୁ ଦର୍ଶାଉଛି। ଯୁବମୋର୍ଚ୍ଚା ସଭାପତି ଜ୍ୟୋତିରାଞ୍ଜନ ପଲ୍ଲାଇଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ପ୍ରଭାରୀ ଦେବାଶିଷ ଘୋଷ, ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଦେବାଶିଷ୍ ରାୟ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲି, କେଦାର ପାଣୀ, ସ୍ ୁର୍ଯ୍ୟସ୍ନାନ ବିଶ୍ୱାଳ, ଅଭିଜିତ ମିଶ୍ର, ସ୍ୱାଧୀନ ମହାନ୍ତି, କିର୍ତି ପଟ୍ଟନାୟକ, ସାହାନୱାଜ ଅଲ୍ଲି, ନନ୍ଦଲାଲ ଗୁପ୍ତା, ଦେବରାଜ ସୁବୁଦ୍ଧି, ଅସଦ ରାଜ, ସେଖ୍ ଫୟାଜ, ପ୍ରଶାନ୍ତ ଦାସ, ସୁଶାନ୍ତ ବେହେରା, ମୁକେଶ ସାହୁ, ଦୀପକ ଦାସ, ସୟଦ ଅଫତାବ, ସାରଦା ସଡଙ୍ଗୀ, ରଞ୍ଜନ ସେଠୀ, ମହମ୍ମଦ ସୱାଜ, ସେଖ ରେହାନ, ଏସ. ମୋହନ, ପ୍ରିୟବତ ମନ୍ତ୍ରୀ, ଅଜିତ ସିହ୍ନା, ରଞ୍ଜନ ବେହେରା, ମୋଇନ ଖାଁ, ରତନ ବେହେରା, କାର୍ତିକ ଦଳେଇ, ଚନ୍ଦନ ସାହୁ, ରୋହିତ ଖାଁ, ଲାଲ ବିଶ୍ୱଜିତ ରାୟ, ସିଦ୍ଧାନ୍ତ ନାୟକ, ବିକ୍ରମ ନାୟକ, ବିକ୍ରମ ସାମଲ, ହୁସେନ ତାରିଖ୍, ବିଶ୍ୱରଞ୍ଜନ ସାହୁ ସୌମ୍ୟରଞ୍ଜନ ଚିନାରାୟ, ସଞ୍ଜୀବ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top