ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା

ରାୟଗଡା ତା-୦୩/୦୭/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ପ୍ରଶାସନ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ବାସ୍ତବ ଚିତ୍ର ମହିଳା ଜିଲ୍ଲାପାଳଙ୍କ ମହିଳାଙ୍କ ପ୍ରତି ଦରଦ ରାୟଗଡା ଜିଲ୍ଲାର କଲ୍ୟାଣସଂହପୁର ବ୍ଳକରେ ହୋଇଥିବା ବନ୍ୟା ସର୍ବସ୍ବ ହରାଇଥିବା ମହିଳା ଶ୍ରୀମତୀ ମମତା ରାଣୀ ସାହୁ। ଦୀର୍ଘ ଏକ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ଦୁଖଃ ଜଣାଇ ପରେ ଶେଷରେ ଆତ୍ମହରା ହୋଇ। ବର୍ତ୍ତମାନ ସେହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ଥିବା ଜିଲ୍ଲାପାଳ ମହାଶୟାଙ୍କ ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ମହିଳାଙ୍କ ଠାରୁ କିରୋସିନ ଜବତ କରିଥିଲେ। ଯେଉଁ କାର୍ଯ୍ୟ ଜିଲ୍ଲା ପ୍ରଶାସନ ବର୍ଷ ବର୍ଷ ଧରି ଅସହାୟ ମହିଳାଙ୍କୁ ସାହାଯ୍ୟ କରିପାରୁନଥିଲା ତାହା କିପରି ଏକ ଘଣ୍ଟା ମଧ୍ୟରେ ହୋଇଗଲା। ଏହା କୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଉକ୍ତ ମହିଳାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ୧୫୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରିଛନ୍ତି। ବିଡମ୍ବନାର କଥା ଯେ ସକାଳ ୧୧ ଘଣ୍ଟା ସମୟରେ ଗୋଟିଏ ହାତରେ ଜାରଟିଏ ଅନ୍ୟ ହାତରେ କିଛି କାଗଜ ସହ ଦିଆସିଲି ଧରି ତରବରରେ ନାଲି ରଙ୍ଗର ଶାଢୀ ପିନ୍ଧି ମହିଳା ଜଣକ କାନ୍ଦି କାନ୍ଦି ଜିଲ୍ଲାପାଳ କାର୍ଯ୍ୟାଳୟ ଆଡ଼କୁ ଯାଉଛି। କୈଣସି ପ୍ରଶ୍ନ କଲେ ଉତ୍ତର ଦେଉନଥିଲେ। ଜିଲ୍ଲାପାଳ କାର୍ଯ୍ଯାଳୟର ଦ୍ଵାରରେ ପ୍ରସ୍ତୁତ ହୋଇ ରହିଥିବା ପୋଲିସ ଅଧିକାରୀ ପଚାରିଲେ ଯେ ଆତ୍ମହତ୍ୟା କରିବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ଯାଉଛି ବୋଲି କାନ୍ଦି କାନ୍ଦି କହିଲେ। ପୋଲିସ ବୁଝାସୁଝା କରି କିରୋସିନ ଜାର ଟାଣିନେଲେ। କହିଲେ ଆସ ଆମେ ତୁମଙ୍କୁ ଜିଲ୍ଲାପାଳ ପାଖକୁ ନେଇ ଯିବୁ କହି ଜିଲ୍ଲାପାଳ ଆଗରେ ହାଜର କଲେ। ଗତ ବର୍ଷ ଅର୍ଥାତ ୨୦୧୭ ଜୁଲାଇ ମାସ ୧୬ ତାରିଖ ବାଦଳ ଫଟା ବର୍ଷା ଯୋଗୁଁ କଲ୍ୟାଣସିଂହପୁର ବ୍ଳକ ସହ କଲ୍ୟାଣସିଂହପୁର ଗ୍ରାମର ମୁଖ୍ୟ ବଜାରରେ ବନ୍ୟା ଜଳ ଆସି ଭସାଇ ନେଇ ଯାଇଥିଲା ଗାଁର ବିଭିନ୍ନ ଘର ସେ ମଧ୍ୟ ରୁ ଛୋଟ “ଚା” ଓ ବରା ପକୋଡି ଦୋକାନକରି ଏକ ଭଡାଘରେ ରହୁଥିଲେ ଶ୍ରୀମତୀ ମମତା ରାଣୀ ସାହୁ ତାଙ୍କ ସ୍ବାମୀ ଜଣେ ଅକ୍ରମଣ୍ୟ ରୋଗରେ ପିଡୀତ ତାଙ୍କ ଘର ଓ ଦୋକାନ ବନ୍ୟା ଜଳରେ ଭସାଇ ନେଲା ସମସ୍ତ ଆସବାବପତ୍ର ସହ। ଖାଇବା ପାଇଁ ମୁଠାଏ ଚାଉଳ ନ ଥିଲା। ଦୀର୍ଘ ଦିନ ସରକାରଙ୍କ ବନ୍ୟା ଆଶ୍ରୟ ସ୍ଥଳରେ ରହିଥିଲେ। ହାତରେ ଟଙ୍କା ନାହିଁ କି ପିନ୍ଧିଥିବା ପାଇଁ ଲୁଗା ଖଣ୍ତିକ ନାହିଁ ଏବଂ ଖାଇବା ପାଇଁ ଦାନାଟିଏ ନାହିଁ। ବିଭିନ୍ନ ସ୍ଥାନରୁ ସାହାଯ୍ୟ କରିଥିବା ଦ୍ଵାରା ଜୀବନ ଅଛି ବୋଲି କହିଥିଲେ ଶ୍ରୀମତୀ ମମତା। ସର୍ବହରା ହେବା ପରେ ଗ୍ରାମ ପଞ୍ଚାୟତ, ବ୍ଳକ, ତହସିଲ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ଯାଳୟ ପଯ୍ୟନ୍ତ ସହାୟତା ପାଇଁ ଆବେଦନ ପରେ ଆବେଦନ ଦେଇଛନ୍ତି। କେହି ଗୁହାରୀ ଶୁଣିବା ପାଇଁ ପ୍ରସ୍ତୁତ ନ ଥିଲେ। ବିଡମ୍ବନା ବିଷୟ ଏହି କି ଯେ ଦାୟିତ୍ୱରେ ଥିବା କଲ୍ୟାଣସିଂହପୁର ଅତିରିକ୍ତ ତହସିଲଦାର ଦେବାଶିଷ କର ଉକ୍ତ ମହିଳାଙ୍କୁ କହିଥିଲେ ଯେ ତୁମର ୧୧୯୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। କିନ୍ତୁ ସେ ବାବଦରେ ୨୦୦୦୦ ଟଙ୍କା ଦେବାକୁ ପଡିବ ବୋଲି ଲାଞ୍ଚ ମାଗିଥିଲେ। ଏହି ଲାଞ୍ଚ ଘଟଣା ମୁଖ୍ୟମନ୍ତ୍ରୀ ଯାଏ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀମତୀ ସାହୁ। କିଛି ଦିନ ତଳେ ଜିଲ୍ଲାପାଳ ମଧ୍ୟ ସାମ୍ବାଦିକ ମାନଙ୍କ ଠାରେ ପ୍ରକାଶ କରିଥିଲେ। ଏହାର ତଦନ୍ତ କରାଯାଇଥିଲା। କିନ୍ତୁ ମହିଳାଙ୍କୁ ସହାୟତା ଯୋଗାଇ ଦିଆଗଲା ନାହିଁ। ଏସବୁ ଘଟଣା ପରେ ପରିବାରର ବୋଝ ସେପଟେ ସରକାରୀ ବାବୁ ଅସହଯୋଗ ଯୋଗୁଁ ନୟାନ୍ତ ହୋଇ। ଶେଷରେ ସ୍ଥିର କରିଥିଲେ ଆଜି ଜିଲ୍ଲାପାଳ ସମୁଖରେ ଆତ୍ମହୁତି ଦେବା ପାଇଁ। ଏହି ସବୁ ଘଟଣା ପରେ ଜିଲ୍ଲା ପ୍ରଶାସନ ତରଫରୁ ପନ୍ଦର ହଜାର ଟଙ୍କା ସହାୟତା ଯାହାକି ଭଙ୍ଗାଘରର ସଜାଡିବା ପାଇଁ ଏବଂ ତାଙ୍କର ନିଜସ୍ୱ ଜାଗାଟିଏ ନାହିଁ ତେଣୁ ବର୍ତ୍ତମାନର ତହସିଲଦାରଙ୍କୁ କୁହାଗଲା ତିନି ଡିସିମିଲ ଜାଗା ଦେବାର ବ୍ୟବସ୍ଥା କରିବା ପାଇଁ ଯାହାକି ଆବାସ ଯୋଜନାରେ ଘରଟି ଦିଆଯିବ। ଏବଂ ସରକାରଙ୍କ ନିୟମ ଅନୁଯାୟୀ ବନ୍ୟା କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ବବିତାରାଣୀ ଦଳବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *