ଜିଲ୍ଲାପାଳଙ୍କ ସହରି ଆବାସ ଯୋଜନା ପରିଦର୍ଶନ

ଖଡିଆଳ/ନୂଆପଡା-୨୨.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦରେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା କାର୍ଯ୍ୟକରୁଅଛି । ଏହି ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡ ଗେଞ୍ଜିବା ପାଇଁ ପକ୍କା ଘର ଖଣ୍ଡେ ପ୍ରଦାନ କରି ଜୀବନର ସପ୍ନକୁ ସାକାର କରିବାର ପ୍ରଚେଷ୍ଟା କରୁଛନ୍ତି । ଖଡିଆଳ ଏନଏସିର ୧୩ ଗୋଟି ୱାଡ କୁ ନେଇ ଗଠିତ ରହିଥିବା ବେଳେ ଏଠାରେ ୨୫ ହଜାରରୁ ଉର୍ଦ୍ଦ ଜନସଂଖ୍ୟା ବସବାସ କରୁଛନ୍ତି । ୨୦୧୬-୧୭ ଅର୍ଥିକ ବର୍ଷ ପାଇଁ ଖଡିଆଳ ଏନଏସିକୁ ୬୧୦ ଖଣ୍ଡ ପ୍ରଧାନମନ୍ତ୍ରୀ ଗୃହ ଆବାସ ଯୋଜନାରେ ହିତାଧିକାରୀଙକୁ କାର୍ଯ୍ୟାଦେଶ ବଣ୍ଂଟନ କରାଯାଇଅଛି । କାର୍ଯ୍ୟାଦେଶ ବଳରେ ହିତାଧିକାରୀମାନେ ସରକାର ନିୟମ ମୁତାବକ ଗୃହ ନିର୍ମାଣ କାର୍ଯ୍ୟରେ ମଜିଯାଇ ସେମାନଙ୍କ ମନରେ ଏକ ଅଜବ ଉସôାହ ଦେଖିବାକୁ ମିଲିଥିଲା । ଖଡିଆଳ ୱାଡ ନଂମ୍ବର ୭ ହୀରା ନଗର ଉପରେ ମୋଟ ୨୧ ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତଭୁକ୍ତ ହୋଇଛନ୍ତି । ଏହି ହୀରା ନଗର ନୂତନ ବସ୍ତିକୁ ଆଜି ନୂଆପଡା ଜିଲ୍ଲାପାଳ ପୋମା ଟୁଡୁ ପରିଦର୍ଶନ କରି ସେମାନଙ୍କ ଜୀବନର ସ୍ୱପ୍ନକୁ ଶୀଘ୍ର ସାକାର କରିବାରେ ସହାୟକ ହେବା ନେଇ ପ୍ରତିଶୃତି ଦେଇଛନ୍ତି । ହିରାନଗର କୁ ଶୁଦ୍ଧ ପାନୀୟ ଜଳ ବଣ୍ଂଟନ ନେଇ ପାଇପ ବିଛାଇବା କାର୍ଯ୍ୟ ପାଁଇ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିବା ବେଳେ ଆସନ୍ତା କାଳି ପାନୀୟ ଜଳ ପାଇଁ ପାଇପ ପୋତା କାର୍ଯ୍ୟ ଆରମ୍ଭ ହେବ ବୋଲି ଯନ୍ତ୍ରୀ ପ୍ରଶାନ୍ତ କୁମାର ମାଝୀ ପ୍ରକାଶ କରିଛନ୍ତି । ସେହିପରି ବସ୍ତି ବାସୀନ୍ଦାଙ୍କୁ ବିଦୁ୍ୟତ ସେବା ଯୋଗାଣ ନେଇ ମଧ୍ୟ ପଦକ୍ଷେପ ନେବେ ବୋଲି ପରିଦର୍ଶନ ବେଳେ ପ୍ରତିଶୃତି ଦେଇଛନ୍ତି । ଖଡିଆଳ ଏନଏସିରେ ୬୧୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇତôବା ବେଳେ ସେଥିମଧ୍ୟରୁ ୪୨୪ ଜଣଙ୍କ ଲେଆଉଟ ଦିଆଯଇଅଛି ।୨୩୭ ହିତାଧିକାରୀ ପ୍ଲିନ୍ଥ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ସେମାନଙ୍କୁ ସରକାରୀ ନିୟମ ମୁତାବକ ୨୩୭ଙ୍କ ବ୍ୟାଙ୍କ ପାସ ବହିରେ ଟଙ୍କା ପଠାଇବା ପାଇଁ ସୁପାରିସ କରାଯାଇଥିଲା । ୧୭୦ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ପାସ ବହିରେ ୧ ଲକ୍ଷ ଏବଂ ୪୦ ହଜାର ଟଙ୍କା ଲେଖାଏଁ ଜମା ହୋଇଥିବା ବେଳେ ବଲକା ୬୭ ଜଣଙ୍କ ଟଙ୍କ । ଶୀଘ୍ର ଜମା କରିବେ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧଶେକ ବୃଷବ ଚରଣ ନାୟକ ପ୍ରକାଶ କରିଛନ୍ତି । ଖଡିଆଳ ଏନଏସି ପକ୍ଷରୁ ସମସ୍ତ ହିତାଧିକାରୀଙ୍କୁ ଟଙ୍କା ପଠାଇବା ପାଇଁ ଜିଲ୍ଲାକୁ ସୁପାରିଷ କରାଯାଇଅଛି । ବ୍ୟାଙ୍କ ପାସ ବହିରେ ତୃଟି ସହିତ ଫଟୋରେ ଉପରସ୍ତ ଅଧିକାରୀମାନେ ସନ୍ତୋଷ ନହେବା କାରଣରୁ ତାକୁ ଭୂବନେଶ୍ୱରକୁ ସ୍ୱୀକୃତି ପାଇଁ ପଠା ଯାଇଥିବା ଜଣାପଡେ । ପ୍ରକୃତରେ ହିତାଧିକାରୀମାନେ ସରକାରୀ ନିତି ଏବଂ ନିୟମ ମୁତାବକ ନିଜ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଏହି ଆବସ ଯୋଜନାରେ ଶୀଘ୍ର ଟଙ୍କା ପ୍ରଦାନ ନିତାନ୍ତ ଆବଶ୍ୟକ ହୋଇପଡିଛି ।

Leave a Reply

Your email address will not be published. Required fields are marked *