ଜଗତସିଂହପୁର

ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ମିଥ୍ୟା ଦରଖାସ୍ତ ଦିଆଯାଇଥିବା ଅଭିଯୋଗ

ତିର୍ତ୍ତୋଲ୦୮.୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) -ଗତ ୬ ତାରିଖରେ ତିର୍ତ୍ତୋଲ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗୋବିନ୍ଦପୁର ଗ୍ରାମର ସାରଲତା ସେଠୀ ଏକ ମିଥ୍ୟା ଦରଖାସ୍ତ ଦେଇଥିବା ନେଇ ସେହି ଗ୍ରାମର ନିଶାକର ରାଉତ ଅଭିଯୋଗ ଉଠାଇଛନ୍ତି। ନିଶାକର ରାଉତଙ୍କ ପରିବାର ପକ୍ଷରୁ ସାରଲାତା ସେଠୀଙ୍କ ପରିବାରଙ୍କୁ ହତ୍ୟା ଧମକ ଦିଆଯିବା ନେଇ ଜନଶୁଣାଣି ଶିବିରରେ ଅଭିଯୋଗ ଦରଖାସ୍ତ ଦିଆଯାଇଥିଲା। ସୂଚନା ମୁତାବକ ଗୋବିନ୍ଦପୁର ମୌଜାର ଇଲା ସେଠୀ ଓ ସଜନୀ ସେଠୀ ଉପଜିଲ୍ଲାପାଳଙ୍କ ହରିଜନ ଜମି ବିକ୍ରି ଅନୁମତି ଚିଠି ସଙ୍ଖ୍ୟା ୩୭୭/ ତା ୧୨.୬.୨୦୦୧ ଓ ଚିଠି ସଙ୍ଖ୍ୟା ୧୨୫/ ତା ୬.୦୪.୨୦୦୨ ମୁତାବକ ପଞ୍ଜିକୃତ ଜମି ବିକ୍ରି ଦଲିଲ୍ ନଂ ୧୦୯୮ ତା ୧୮.୦୬.୨୦୦୧ ଦଲିଲ୍ ନଂ ୫୦୮, ତା ୧୦.୦୪.୨୦୦୨ ବଳରେ ପ୍ରତିମା ରାଉତ ସ୍ୱାମୀ ନିଶାକର ରାଉତଙ୍କୁ ଏ.୦. ୮ ଡ଼ିସିମିଲ ଜମି ବିକ୍ରି କରିଛନ୍ତି। ଯାହା ତିର୍ତ୍ତୋଲ ତହସିଲଦାରଙ୍କ ଦାଖଲ ଖାରଜ କେଶ୍ ନଂ ୯୮୦/ ୨୦୦୧ ଓ ଦାଖଲ ଖାରଜ କେଶ୍ ନଂ ୪୬୦୯/୨୦୦୬, ୪୬୦୬/୨୦୦୮ ମୁତାବକ ସ୍ଥିତିବାନ ପଟ୍ଟାରେ ରେକର୍ଡ଼ ହୋଇଅଛି। ଅପରପକ୍ଷରେ ଇଲା ସେଠୀଙ୍କ ସ୍ତ୍ରୀ ସାରଲତା ସେଠୀ ଜଗତସିଂହପୁର ସିଭିଲ କୋର୍ଟରେ ମାମଲା ସଂଖ୍ୟା ୪୩/୨୦୧୫ ରେ ହାରିଜିବା ପରେ ଜିଲ୍ଲାପାଳଙ୍କ ଶିବିରରେ ଏହି ସମ୍ପତ୍ତି ବିବାଦକୁ ନେଇ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ। ବାସ୍ତବ କ୍ଷେତ୍ରରେ ସମ୍ପତ୍ତିର କ୍ରେତା ପ୍ରତିମା ରାଉତଙ୍କ ସ୍ୱାମୀ ନିଶାକର ରାଉତ ଜଣେ ବରିଷ୍ଟ ନାଗରିକ, ଅବସର ପ୍ରାପ୍ତ ଶିକ୍ଷକ ତଥା ସ୍ଥାନୀୟ ଅଞ୍ଚଳର ଜଣେ ଶାନ୍ତିପ୍ରିୟ ବ୍ୟକ୍ତିଭାବେ ଜଣାଶୁଣା। ଏଭଳି ମିଥ୍ୟା ଅଭିଯୋଗ ତଦନ୍ତ ସାପେକ୍ଷ ବୋଲି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top