ଜିଲ୍ଲାପାଳଙ୍କ ଘରୁ ଚୋରି ଅଭିଯୋଗ

କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ବାସିନ୍ଦା ତଥା ଗଜପତି ଜିଲ୍ଲାର ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ପୈତୃକଘର ଇନ୍ଦୁପୁରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନିକିରାଇ ଥାନାରେ ଆଜି ଅଭିଯୋଗ ହୋଇଛି। ଇନ୍ଦୁପୁର ପୈତୃକଘରେ କେବଳ ଜିଲ୍ଲାପାଳଙ୍କ ବାପା କିଶୋର ସାମଲ ଓ ମା ଅନୁସୂୟା ସାମଲ ରୁହନ୍ତି। କାଲି ଉଭୟ କିସୋର ଏବଂ ତାଙ୍କ ପତ୍ନୀ ଖାଇ ଶୋଇବା ପରେ ବିଳମ୍ବିତ ରାତିରେ କେହି ଦୁର୍ବୁତ ଘରେପଶି ଆଲମିରାଭାଙ୍ଗି ସେଥିରେ ଥିବା ୨ଟି ସୁନାମୁଦି, ନଗଦ ୨୫ ହଜାର ଟଙ୍କା, ଗୋଟିଏ ମୋବାଇଲ ସମେତ ଅନ୍ୟାନ୍ୟ ମୁଲ୍ୟବାନ ଜିନିଷ ଚୋରିକରି ନେଇଥିବା କିଶୋର ସାମଲ ଆଜି ନିକିରାଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ନିକିରାଇ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *