ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେଲେ ଜରିମାନା ପୈଠ ଖିଲାପକାରୀ ୪ଲିଜଧାରୀ

କେନ୍ଦୁଝର ୮.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବହୁ ଚର୍ଚ୍ଚିତ ଖଣି ମହା ଦୁର୍ନିତିର ପର୍ଦ୍ଦାଫାସ ପରେ ବେଆଇନ ଖଣି କାର୍ଯ୍ୟରେ ଲିପ୍ତ କେନ୍ଦୁଝର ଜିଲ୍ଲାର ଖଣି ଲିଜଧାରୀ ମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଜରିମାନା ଅର୍ଥ ପୈଠ କରି ନଥିବା ଲିଜଧାରୀ ମାନଙ୍କ ର ସଂପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏ ସଂପର୍କରେ ଜିଲ୍ଲା ପାଳଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଶନିବାର ଦିନ ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିବା ସାର୍ଟିଫିକେଟ କେସ୍ ରେ ଜବାବ ରଖିବାକୁ ୪ ଜଣ ଖଣି ଲିଜଧାରୀ ଙ୍କ ପ୍ରତିନିଧିମାନେ ହାଜର ହୋଇ ସେମାନଙ୍କର ପକ୍ଷ ରଖିଥିଲେ। ଏବଂ ସମୟ ମାଗିଥିଲେ। ସେମାନେ ମଧ୍ୟରେ ରହିଛନ୍ତି, ଏସ୍.ପ୍ରଧାନ, ବି.ସି ଦେବ, ଓ.ଏମ୍.ଡି.ସି ଠାକୁରାଣୀ, ଓ ଏମ୍.ଆର.ଦାସ୍.। ସଂପୃକ୍ତ ୪ଜଣ ଲିଜଧାରୀଙ୍କ ମଧ୍ୟରୁ ଓଏମ୍ଡିସି ଠାକୁରାଣୀ ଓ ଏମ୍.ଆର.ଦାସ ଙ୍କୁ ସେପ୍ଟେମ୍ବର ୧ ତାରିଖରେ ହାଜର ହେବାକୁ କୋର୍ଟଙ୍କ ପକ୍ଷରୁ ସମୟ ଦିଆଯାଇଛି। ତେବେ ଶନିବାର ୬ ଜଣ ଲିଜଧାରୀ ହାଜର ହେବାର ଥିଲେ ମଧ୍ୟ ନୋଟିସ ପାଇ ନଥିବାରୁ ଟି.ବି.ଲାଲ ଓ ଅର୍ଜୁନ ଲୋଧା କିମ୍ବା ସେମାନଙ୍କର ପ୍ରତିନିଧି ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପୁନର୍ବାର ନୋଟିସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉ କି ଯେ ଜୋରିମାନ ଅର୍ଥ ପୈଠ କରି ନଥିବା କେନ୍ଦୁଝର ଜିଲ୍ଲାର ୩୧ଟି ଖଣିର ୨୩ ଲିଜଧାରୀଙ୍କ ସଂପତି ବାଜ୍ୟାପ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *