ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା

କେନ୍ଦ୍ରାପଡା୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀ ଭୂବନେଶ୍ୱରରେ ଗତ ୧୨ତାରିଖଠାରୁ କୃଷକମାନଙ୍କର ବିଭିନ୍ନ ଦାବୀ ନେଇ ଅନଶନ ଜାରି ରହିଥିବା ବେଳେ ଆଜି ସଂଗଠନର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସଂଗଠନର ଅନଶନକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ ଧାରଣା ଓ ଅନଶନ ଆରମ୍ଭ କରାଯାଇଛି । ବିପ୍ଲବୀସାଥୀ ତଥା ସଂଗଠକ ଦାବାକର ସାହୁଙ୍କ ବିପ୍ଲବୀ କବିତା ଗାନପରେ ଜିଲ୍ଲା ଶାଖାର ବରିଷ୍ଠ କୃଷକ ନେତା ବିଚିତ୍ର କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ କେନ୍ଦ୍ରାପଡା ବ୍ଲକ ସଂଯୋଜକ ରବିନ୍ଦ୍ର ନାଥ ମହାପାତ୍ର,ଡେରାବିଶ ବ୍ଲକ ସଂଯୋଜକ ଅଭୟ କୁମାର ପରିଡା,ମହାକାଳପଡା ବ୍ଲକ ସଂଯୋଜକ ଅକ୍ରୁର ପଲାଇ,ମାର୍ଶାଘାଇ ବ୍ଲକ ସଂଯୋଜକ ସୀତାକାନ୍ତ ନାୟକ,ଗରଦପୁର ବ୍ଲକ ସଂଯୋଜକ ପବିତ୍ର କୁମାର ପାଣି,ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ଦୋଳଗୋବିନ୍ଦ ସାହୁ,ଆଳି ବ୍ଲକ ସଂଯୋଜକ ଉମେଶ ସାମଲ,ରାଜକନିକା ବ୍ଲକ ସଂଯୋଜକ ଭରତ ଚନ୍ଦ୍ର ଦା.ଜନାର୍ଦନ ପରିଡାଙ୍କ ନେତୃତ୍ୱରେ ଶହ ଶହ ଚାଷୀ ସାମିଲ ହୋଇ ସରକାରଙ୍କ କୃଷକ ମାନଙ୍କୁ ଅଣଦେଖା ବିରୋଧରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସି.ପି.ଆଇ.ନେତା ରମଣୀରଞ୍ଜନ ରାଉତରାୟ,ଆଇନଜିବୀ ପ୍ରଦୀପ କୁମାର ଦାଶ,ସାମାଜିକ କର୍ମୀ ମମତାମୟୀ ସାମଲ,ଗଗନବିହାରି ଜେନା,ରନôାକର ରାଉତ,ରମାକାନ୍ତ ମଲ୍ଲିକ,ନାରାୟଣ କବି,ଦାଶରଥି ସାହୁ,ଅଭିମନୁ୍ୟ ମହାନ୍ତି,ଭାଗବତ ଲେଙ୍କା,ବୃନ୍ଦାବନ ସାହୁ,କୃଷ୍ଣଚନ୍ଦ୍ର ଲେଙ୍କା,ପତିତପାବନ ଦାସ,ବିଷ୍ଣୁଦେବ ପଣ୍ଡା,କୁଳମଣୀ ଦାସ,ଗଗନବିହାରୀ ଦାସ,ସଞ୍ଜୟ କର,ନିତ୍ୟାନନ୍ଦ ସାମଲ,ପରମାନନ୍ଦ ନାୟକ,ରବିନ୍ଦ୍ର ପାଣି ପ୍ରମୁଖ ବହୁ ବିଶିଷ୍ଟ ନେତୃବୃନ୍ଦ କୃଷକମାନଙ୍କ ଦାବୀକୁ ସମର୍ଥନ କରି କୃଷି ଓ କୃଷକର ଶୋଚନୀୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ କୃଷି ଉତ୍ପାଦୀତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ,କୃଷକଙ୍କୁ ଉଚିତ ସମ୍ମାନ ସହିତ କୃଷକମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ ପ୍ରଦାନ ପାଇଁ ସରକାରଙ୍କୁ ଦାବି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *