ଜିଲ୍ଲା ପରିକ୍ରମା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଓ ପ୍ରରଣା ଶିବିର, ୫୮ ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି, ୭ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ରକ୍ତଭଣ୍ଡାରରେ ଗତ କିଛି ଦିନହେଲା ରକ୍ତ ଅଭାବ ଦେଖାଦେଇଛି, ଏ ସଂପର୍କରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଜାଣିବାପରେ ନିଜ କାର୍ଯ୍ୟାଳୟ ପରିସରରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଓ ପ୍ରେରଣା ଶିବିର ଆୟୋଜନ କରିଥିଲେ। ଆୟୋଜିତ ଶିବୀରରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ ଓ ପ୍ରେରଣା କାର୍ଯ୍ୟକ୍ରମକୁ ଉଦଘାଟନ କରି କରିଥିଲେ। ପ୍ରଥମେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ରକ୍ତଦାନ କରିବାପରେ ଜିଲ୍ଲାପାଳ କାର୍ଯ୍ୟାଳୟର ସହକାରି ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ, କର୍ମଚାରି ମାନେ ସ୍ୱେଇଛାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ଉକ୍ତ ଶିବିରରେ ମୋଟ ୫୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବୀରରେ ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ସହକାରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ସୂଚନାଲୋକ ସଂପର୍କ ଅଧିକାରୀ ମାନସ ମିଶ୍ର, ସହକାରି ଜିଲ୍ଲାପାଳ ରାମକୃଷ୍ଣ ନାୟକ, ଜିଲ୍ଲାରେଡ କ୍ରସ ସୋସାଇଟ ସଂପାଦକ ଅଧ୍ୟାପକ ରଜଂନ ସ୍ୱାଇଁ, ଜିଲ୍ଲାରକ୍ତଭଣ୍ଡାର ଡାକ୍ତର ସନ୍ତୋଷ ସେନାପତି, ଡାକ୍ତର ଅନିଲ କୁମାର ମିଶ୍ର, ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ସମାଜସେବି ରତ୍ନାକରଦାଶ, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଜିଲ୍ଲାର ମୁଖ୍ୟ ରକ୍ତଦାତା ସମାଜସେବି ଜି.ଶ୍ରୀନିବାସ ରାଓ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହତି ମନ ପ୍ରଫୁଲ ହୋଇ ଅନ୍ୟର ଜୀବନ ରକ୍ଷା ହୋଇପାରେ ଓ ରକ୍ତଦାନର ମହତ ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।। ଏହି ଶିବିରରେ ରକ୍ତଭଣ୍ଡାର ଟେକନିସିଆନ ସୁଜଳରାୟ, ସନ୍ତୋଷ କୁମାର ଚୌଧୁରୀ, ମାନ ଖେମୁଡୁ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ।

ଏହି ରକ୍ତଦାନ ଶିବିରକୁ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ମାନେ ପରିଚାଳନା କରିଥିଲେ। ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବସ୍ୟକ ପଡୁଥିବା ବେଳେ ଗତ ୨ମାସହେଲା ମାତ୍ର ୨୫ ୟୁନିଟରୁ ୩୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି। ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଠିକ ଭାବେ ରକ୍ତ ପାଇପାରୁନାହାଁନ୍ତି। ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି। ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି। ରକ୍ତଭଣ୍ଡାର ର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ ଦୁଇମାସ ହେଲା ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି। ମାଲକାନଗିରି ଜିଲ୍ଲାପାଳ ଙ୍କ ସ୍ବେଚ୍ଛାକୃତ ରକ୍ତଦାନ ଓ ପ୍ରରଣା ଶିବୀର ଆୟୋଜନ ଓ ଏହି ମହତ କାର୍ଯ୍ୟକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି।

 

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top