ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନକୁ ବିଭିନ୍ନ ମହଲରେ ସ୍ୱାଗତ

ରାୟଗଡା ତା-୧୪/୦୭/୨୦୧୮ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଏସ) ଗତକାଲି ମୁନିଗୁଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ରଘୁବାରି ଏବଂ ଡିମ୍ବିରିଗୁଡା ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କିଛନ୍ତି। ଏହି ତଦାରଖ ପାଇଁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା ହେଉଛି। ବିଶେଷ କରି ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା ରଘୁବାରି ଘାଟି ରାସ୍ତା କାମକୁ ସମୀକ୍ଷା କରିଛନ୍ତି। ଅଧିକାଂଶ ଜନସାଧାରଣଙ୍କ ରଘୁବାରୀ ଘାଟି କାମ ନେଇ ଦାବିକୁ ଗୁରୁତ୍ବ ଦେଇ ଜିଲ୍ଲାପାଳ ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟ ତ୍ବରାନ୍ବିତ କାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ସେ ଅଞ୍ଚଳରେ ବହୁ ସମସ୍ୟା ବିଶେଷ କରି ଦୁଇ ଗ୍ରାମ ପଞ୍ଚାୟତର ଓ ମଙ୍ଗଳ ବିଭାଗର ଛାତ୍ରାବାସରେ ପିଇବା ପାଣି ଯୋଗାଇବା ଦେବା ନିମନ୍ତେ ସହାୟକ ହେବ। ଏହା ସହିତ ସେହି ଅଞ୍ଚଳର ରାସ୍ତାଘାଟ ଉପରେ ସମୀକ୍ଷା କରିଥିଲେ। ଜନସାଧାରଣଙ୍କ ଦାବିମୁତାବକ ଜିଲ୍ଲାପାଳ ଡିମ୍ବିରିଗୁଡା ଦେଇ ଖଲିଆଗୁଡ଼ାକୁ ଯୋଗାଯୋଗ ନିମନ୍ତେ ଆବଶ୍ୟ ପଡ଼ୁଥିବା। ପୋଲ ନିମନ୍ତେ ପ୍ରାୟ ତିନି କିଲୋମିଟର ଚାଲିଚାଲି ଯାଇ ଖଲିଆଗୁଡ଼ା ପହଞ୍ଚି ଥିଲେ। ଖଲିଆଗୁଡ଼ା ଗ୍ରାମରେ ନିର୍ମାଣଧିନ ବିଜୁ ପକ୍କାଘର ହିତାଧିକାରିଙ୍କ ସହ ଆଲୋଚନା କାରିଥିଲେ ଏବଂ ଲୋକଙ୍କର ଅନ୍ୟାନ୍ୟ ସାମାସ୍ୟା ପଚାରି ବୁଝିଥିଲେ। ଜିଲ୍ଲାପାଳ ଖଲିଆଗୁଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରା ଉପସ୍ଥାନ ଓ ବିଦ୍ୟାଳୟ ପରିଚାଳନା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ସକାଳ ୧୦ ଘଣ୍ଟା ସମୟ ଠାରୁ ରାତ୍ର ୮ଘଣ୍ଟା ସମୟ ଯାଏଁ ସମସ୍ତ ଅଧିକାରୀଙ୍କୁ ଧରି ପରିଦର୍ଶନ କରିଥିଲେ। ଏହି ପରିଦର୍ଶନରେ ଗୁଣପୁର ପଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ମଙ୍ଗଳ ଅଧିକାରୀ ନନ୍ଦକିଶୋର ବିଶ୍ବାଳ, ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଦାନ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପରିଦର୍ଶନରେ ସହଯୋଗ କରିଥିଲେ। ଯାହା ହେଉ ଜିଲ୍ଲାପାଳଙ୍କ ଏହି ପରିଦର୍ଶନକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହାଯାଉଛି। ଜିଲ୍ଲାପାଳ ଏହିପରି ଅଚାନକ ପରିଦର୍ଶନ ବାରମ୍ବାର କରିବେ ନିଶ୍ଚିତ ରୂପେ ରାୟଗଡା ଜିଲ୍ଲା ବିକାଶର ଚିତ୍ର ଦେଖିବ। ଲୋକ ଆଲୋଚନା ଓ ସମାଲୋଚନା ଠାରୁ ଦୂରେଇ ଯିବେ।

Leave a Reply

Your email address will not be published. Required fields are marked *