ଜିଲ୍ଲାପରିଷଦ ଧରିଲେ କେନ୍ଦୁପତ୍ର ଚାଲାଣ ଗାଡି

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ବେଆଇନ ଭାବେ ମାଲକାନଗିରି ଜିଲ୍ଲାରୁ ଛତିଶଗଡ ରାଜ୍ୟକୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ଏହାକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଧରି ଥାନାରେ ଜଣାଇଛନ୍ତି। ଗତ କାଲି ସନ୍ଧ୍ୟାରେ ଛତିଶଗଡର କିଛି ବ୍ୟବସାୟୀ ଏକ ପିକଅଫ୍ ଭ୍ୟାନରେ ବୋଝେଇ କରି କେନ୍ଦୁପତ୍ର ବେଆଇନ ଭାବେ ଚାଲାଣ କରୁଥିବାର ଖବର ପାଇ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ପଦ୍ମଗିରି ଠାରେ ପହଁଚି ଉକ୍ତଗାଡିଟିକୁ ଅଟକାଇ। ପତ୍ର ସଂଗ୍ରହ ଓ ପରିବାହନ ର କାଗଜପତ୍ର ଜାଚଂ କରିବାରୁ ସେହି ଗାଡିର କୌଣସି କାଗଜ ପତ୍ରନଛଥିଲା। ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାଡିଟିକୁ ଅଟକାଇ ଥାନା ଓ ବନବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଥାନା ଅଧିକାରୀ ସୈମେନ୍ଦୁ ତ୍ରୀପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୁଲିସ ଦଳ ସେଠାରେ ପହଁଚି ଉକ୍ତଗାଡିଟିକୁ ଜବତ କରି ଥନାକୁ ଆଣି ତଦନ୍ତ ଚଳାଇଛନ୍ତି। ଚଳତି ବର୍ଷ ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣରେ କେନ୍ଦୁପତ୍ର ହୋଇଥିବା ଓ ଏହାକୁ ଘରୋଇ କରଣ କରି ପଚାଂୟତ ମାନଙ୍କୁ ବିକ୍ରୀ କରିବାର ଅଧିକାର ଦିଆ ଯାଇଥିବାରୁ କେତକ ଲାଭ ଖୋରବ୍ୟବସାୟୀ ପଚାଂୟତରେ ନାମକୁ ମାତ୍ର ୩ହଜାର ଟଙ୍କାର ରସିଦ କାଟିଦେଇ ମନଇଛା ଭାବେ ଟ୍ରକ ଟ୍ରକ କେନ୍ଦୁପତ୍ର ସଂଗ୍ରହକରି ଚାଲିଛନ୍ତି।ଯହା ଫଳରେକି କେନ୍ଦୁପତ୍ର ବିଭାଗ ଓ ପଚାଂୟତ ଗୁଡିକରେ ରାଜସ୍ୱ ହ୍ରାସ ହେଉଛି। ଗାଁ ଗାଁ ରେ ଚୋରା ବେପାରି ମାନେ ପ୍ରବେସ କରି ସଂଗ୍ରହ କାରୀଙ୍କୁ ନାନା ପ୍ରକାର ପ୍ରଲୋଭନଦେଖାଇ ଟ୍ରକ ଟ୍ରକ କେନ୍ଦୁପତ୍ର ବାହର ରାଜ୍ୟକୁ ଚୋରାଚାଲାଣ କରି ବେସ ଲାଭବାନ ହେଉଥିବାବେଳେ ଗରିବ ପତ୍ର ସଂଗ୍ରହକାରୀ କୌଣସି ପ୍ରକାର ସରକାରି ସୁବିଧା ସୁ ଯୋଗ ପାଇପାରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *