ଓଡ଼ିଶା

ଜିଲ୍ଲାପରିଷଦର ବିଜେଡି, ବିଜେପି ଓ କଂଗ୍ରେସର ସମସ୍ତ ସଭ୍ୟ /ସଭ୍ୟା ଏକାଠି ହୋଇ ୪ ଦଫା ଦାବି ଦେଲେ : ତାରା ଉପରେ ଡୁମୁରୀଙ୍କ ଶଦ୍ଦବ୍ୟବହାରକୁ ନେଇ ସାଂସଦ କ୍ଷୁବ୍ଧ

କୋରାପୁଟ ; ତା୧୩-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପରିଷଦର ୪୭ତମ ବୈଠକ ଆରମ୍ଭ ପୁର୍ବରୁ ଜିଲ୍ଲାପରିଷଦର ସମସ୍ତ ସଭ୍ୟ /ସଭ୍ୟା ମିନି ସଭାଗୃହରେ ଏକାଠି ହୋଇ ସେମାନଙ୍କର ରହିଥିବା ସମସ‌‌୍ୟା ଉପରେ ଆଲୋଚନା କରିଥିଲେ।ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମଧ୍ୟ ଆସି ଭାଗ ନେଇଥିଲେ।ପ୍ରତ୍ୟେକ ଜିଲ୍ଲାପରିଷଦ ଜୋନକୁ ବାର୍ଷିକ ଆର୍ଥିକ ଅନୁଦାନ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା, ୧୦ ଟି ଲେଖାଏଁ ବିଜୁ ପକ୍କାଘର ପ୍ରଦାନ କରିବା, ୫ ଟି ନଳକୂପ ଯୋଗାଇଦେବା, ମାସିକ ଭତା ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ପ୍ରଭୃତି ଦାବି ଉପରେ ଆଲୋଚନା କରିବା ପରେ ପ୍ରଥମେ ଜିଲ୍ଲାପରିଷଦ ସଭାପତି ମିନିସଭାଗୃହରୁ ବାହାରିବା ପରେ ଜିଲ୍ଲାପରିଷଦ ବୈଠକରେ ଯୋଗଦେଇଥିଲେ।ଏହାପରେ ସମସ୍ତ ସଭ୍ୟ / ସଭ୍ୟା ଆସିବା ପରେ ବୈଠକ ଆରମ୍ଭ ହୋଇଥିଲା ଓ ଦାବିପତ୍ର ପ୍ରଦାନ କରିଥିଲେ।ପଟ୍ଟାଙ୍ଗୀ ଜିଲ୍ଲାପରିଷଦ ସଭ୍ୟ ଡୁମୁରୀ ଖିଲ ପ୍ରଥମେ ଆମ୍ଭର ଦାବିପତ୍ର ଉପରେ ଆଲୋଚନା କରାଯିବ ଓ ତା ପରେ ବୈଠକ ଆରମ୍ଭ କରାଯିବାକୁ ଜିଦ ଧରିଥିଲେ।ବୈଠକ ପ୍ରାରମ୍ଭରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ସାଂସଦ ଝିନ୍ନ ହିକକା ଓ ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉଦବୋଧନ ଦେବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ପୁର୍ବ ବୈଠକର ବିବରଣୀ ଉପସ୍ଥାପନା କରୁଥିବା ବେଳେ ହଠାତ ଶ୍ରୀ ଖିଲ ଠିଆହୋଇ ଟେବୁଲ ବାଡେଇ ପ୍ରଥମେ ଆମ୍ଭର ଦାବି ଉପରେ ଆଲୋଚନା କର ବୋଲି ଉଚ୍ଚ ସ୍ୱରରେ ପ୍ରକାଶ କରିଥିଲେ।ଏହାପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କାହିଁକି ଟେବୁଲ ବାଡାଉଛ ବୋଲି ପ୍ରଶ୍ନ କରିବା ସହ ଆମ୍ଭକୁ ମଧ୍ୟ ଟେବୁଲ ବାଡେଇଆସେ ବୋଲି ପ୍ରକାଶ କରିଥିଲେ।ଆମ୍ଭେମାନେ ଗୃହର ସଦସ୍ୟ ଅଟୁ ଆପଣଙ୍କୁ ନିମନ୍ତ୍ରିତ ଅତିଥିଭାବେ ଡକାଯାଇଛି ବୋଲି ଶ୍ରୀ ଖିଲ କହିବାପରେ କୋରାପୁଟ ସାଂସଦ ଝିନ୍ନ ହିକକା କ୍ରୋଧାନ୍ନିତ ହୋଇପଡିବା ନଜର କରାଯାଇଥିଲା।ଜଣେ ବିଧାୟକଙ୍କୁ ଏପରି ବ୍ୟବହାର କରିବା ଠିକ ନୁହେଁ ବୋଲି ସେ ଗୃହରେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top