ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଚଢାଉ ୨ଲକ୍ଷଟଙ୍କାର ଗଜେଂଇ ଜବତ,ମଟର ସାଇକେଲ ସହିତ ୪ଗିରଫ

ମାଲକାନଗିରି,୧୨ା୯(ଓଡିଆ ପୁଅ )   ମାଓପ୍ରବଣ ଅଚଂଳରେ ଜିଲ୍ଲା ଅବକାରି ବିଭାଗକୁ ମିଳିଛି ଏକ ବଡଧରଣର ସଫଳତା । ଗଜେଂଇ ଚୋରା ଚାଲାଣ କରୁଥିବା ସମୟରେ ୨ଟି ମଟର ସାଇକେଲ ୪୫କେଜି ୬୦୦ଗ୍ରାମ ମୂଲ୍ୟବାନ ଶିଳାବତୀ ଗଜେଂଇ ଜବତ ସହ ୪ଜଣଙ୍କୁ ଗିରଫକରି ଛନ୍ତି ମାଲକାନଗିରି ଜିଲ୍ଲାଅବକାରି ବିଭାଗ । କୁଡୁମୁଲୁଗୁମ୍ମା ଅଚଂଳରୁ ମଟର ସାଇକେଲରେ କିଛି ଯୁବକ ଚୋରାରେ ଗଜେଂଇ ଛତିଶଗଡ କୁ ଚାଲାଣ କରିବାପାଇଁ  ନେଉଥିବାର ଖବର ପାଇ ମାଲକାନଗିରି  ଜିଲ୍ଲାଅବକାରି ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରି ସବଇନନିସ୍ପେକ୍ଟର ଜଗାରାଓ,ରାଜୁକୁମାର ଖିତି,ପ୍ରଦୀପ ନାୟକ,ରାମଚନ୍ଦ୍ର ହନ୍ତାଳ,ବିପୁଲ ଜୋଦାର,ଏମର ମହାପାତ୍ର,ଶିତାକାନ୍ତ ମହାନ୍ତି,ସୁରେନ୍ଦ୍ର ମାଝୀ,ଜ୍ଞ୍ୟାନ ରଂଜନ ସାହୁ,ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ଦୁଇଟି ମଟର ସାଇକେଲରେ ୪ଜଣ ଯୁବକ ଦୃତଗତିରେ ପଳାଉଥିବା ସମୟରେ ସେମାନଙ୍କୁ ଅବକାରି କର୍ମଚାରି ମାନେ କାବୁକରିନେଇଥିଲେ ,ସେମାନଙ୍କ ପିଛାକରି ଗୋଡାଇ ଗୋଡାଇ ମାଲକାନଗିରି ଥାନାସ୍ଥ ଗଙ୍ଗଲା ରାସ୍ତାରେ ଧରିଥିଲେ ।  ଗାଡି  ଡିକିରୁ ମୁଲ୍ୟବାନ ଶିଳାବତୀ ଗଜେଂଇ ମିଳିଥିଲା । ଏହି ଚାରିଜଣଙ୍କୁ ଧରି ମାଲକାନଗିରି ଜିଲ୍ଲାଅବକାରି କାର୍ଯ୍ୟାଳୟକୁ ଆଣିଥିଲେ । ମାଜି ଷ୍ଟ୍ରେଟ ଙ୍କ ଉପସ୍ଥତିରେ ଗଜେଂଇ ଗୁଡିକ ଓଜନ କରାଯାଇଥିଲା । ୪୫କେଜି୬୦୦ଗ୍ରାମ ଗଜେଂଇ ଯାହାର ବଜାର ମୂଲ୍ୟପ୍ରାୟ ୨ଲକ୍ଷଟଙ୍କାରୁ ଉର୍ଦ୍ଦହେବ ବୋଲି ଅବକାରି ବିଭାଗ ସୁତ୍ରରୁ ଜଣାପଡିଛି । ଗିରଫ ୪ଜଣ ହେଲେ ମାଲକାନଗିରି ଡଙ୍ଗାଗୁଡା ଗ୍ରାମର ଭିମ ମାଝୀ(୨୩),ପେଦାଓ୍ୟାର୍ଡା ଗ୍ରାମର ରାମଚନ୍ଦ୍ର୍ ଖିଲ(୪୬),ଆଲମପଡା ଗ୍ରାମର ସ୍ୟାମସୁନ୍ଦର ପାଙ୍ଗି(୨୨),ଡଙ୍ଗାଗୁଡା ଗ୍ରାମର ଜଗତରାମ ଖିଲ(୨୮) ଏମାନେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଚୋରାଗଜେଂଇ ବ୍ୟବସାୟୀଙ୍କ ପ୍ରରୋଚନା ରେ ପଡି ପ୍ରଥମ ଥରକରି ଏହି ଗଜେଂଇ ଛତିଶଗଡକୁ ନେଉଥିବାର କହିଥିଲେ । ଏହି ଗିରଫ ୪ଜଣଙ୍କୁ ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ଆଜି କୋର୍ଟଚାଲାଣ କରାଯାଇଛି ।   ମାଲକାଗନରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠଙ୍କ ପ୍ରତ୍ୟକ୍ଷତ୍ବତାବଧାନରେ ଗତକିଛି ଦିନହେଲା ବିଭିନ୍ନ ଅଚଂଳରେ ଚଡାଉକରା ଯାଇ ଚୋରା ଗଜେଂଇ ଚାଲାଣକୁ ରୋକିବା ସହ ଚୋରାବେପାରି ଙ୍କୁ ଗିରଫ କରି ଲକ୍ଷାଧିକ ଟଙ୍କାର ଗଜେଂଇ ଓ ଗାଡି ଜବତ କରାଯାଇଛି ।

 

Leave a Reply

Your email address will not be published. Required fields are marked *