ଅପରାଧ

ଜିଲ୍ଲା ଅବକାରି ବିଭାଗକୁ ମିଳିଲା ସଫଳତା: ଗଞ୍ଜେଇ କେକ କାରଖାନା ଓ ତିନି କ୍ୱିଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି, ୨୧ା୭(ଓଡିଆ ପୁଅ ) ମାଓପ୍ରବଣ ଅଚଂଳରେ ଜିଲ୍ଲା ଅବକାରି ବିଭାଗକୁ ଆଜି ମିଳିଛି ଏକ ବଡଧରଣର ସଫଳତା। ଗଞ୍ଜେଇ କେକ ତିଆରି କାରଖାନା ସହ ତିନି କ୍ୱିଟାଂଲ ମୂଲ୍ୟବାନ ଶିଳାବତୀ ଗଞ୍ଜେଇ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ଜବତ କରିଛନ୍ତି। ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଚାଂୟତ ତୁନେଲଗୁଡା ଗ୍ରାମ ନିକଟବର୍ତି ଛତିଶଗଡ ସୀମାନ୍ତକୁ ଲାଗିରହିଥିବା ଜଙ୍ଗଲରେ ଚୋରା ଗଞ୍ଜେଇ ବେପାରିଙ୍କ ଗଞ୍ଜେଇ କେକ କାରଖାନା ଚାଲିଥିବା ଓ ଗଞ୍ଜେଇ କେକ ଛତିଶଗଡ ରାଜ୍ୟକୁ ଚାଲାଣ ହେବା ଖବର ପାଇ ଜିଲ୍ଲା ଅବକାରି ବିଭାଗ ସେଠାରେ ଚଢାଉ କରିଥିଲେ। ପ୍ରବଳ ବର୍ଷାରେ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବ ଇନିସ୍ପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସବ ଇନନିସ୍ପେକ୍ଟର ଜଗା ରାଓ, ଦିନେଶ କୁମାର, ପ୍ରବିନ କୁମାର ସାହୁ, ବିପୁଲ ସିକଦାର, ଜ୍ଞୀନ ରଂଜନ ସାହୁ, ପାଣ୍ଡା ରାଜୁ, ପ୍ରମୁଖ ଅବକାରୀ ବିଭାଗ କର୍ମଚାରିମାନେ ଅଚାନକ ଭାବେ ସେଠାରେ ଯାଇ ପହଁଚିଥିଲେ। ପ୍ରବଳ ବର୍ଷାରେ ଅବକାରି ବିଭାଗ ଅଧିକାରୀ ଓ କର୍ମଚାରିମାନେ ସେହି ଜଙ୍ଗଲରେ ଚଢାଉ କରିଥିଲେ। ଅବକାରି ବିଭାଗ କର୍ମଚାରି ମାନଙ୍କୁ ଦେଖି ଚୋରାବେପାରି ମାନେ ଜଙ୍ଗଲରେ ଲୁଚିପଳାଇ ଥିଲେ।

ସେହି ଜଙ୍ଗଲରେ ପାଲରେ ଟେଟଂ ମରା ଯାଇ ଗଞ୍ଜେଇ କେକ ତିଆରି ହେଉଥିଲା। ଅବକାରି କର୍ମଚାରି ମାନେ ଗଂଜେଇ କେକ ତିଆରି ୨ଟି ମେସିନ, ଆବସ୍ୟକିୟ ଉପକରଣ, ୩କ୍ବିଟାଂଲ ମୂଲ୍ୟବାନ ଶିଳାବତୀ ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇ ଗୁଡିକୁ ମାଲକାନଗିରିକୁ ଅଣାଯାଇ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ କଡା ଯାଇ ଓଜନ କରା ଯାଇଥିଲା ଗଞ୍ଜେଇ ଓ କେକ ଗୁଡିକ ମିଶି ୩ କ୍ୱିଣ୍ଟାଲ ହୋଇଥିଲା। ଯାହାର ମୂଲ୍ୟପ୍ରାୟ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଦହେବ, ଏହି ଚୋରା ଗଞ୍ଜେଇ ଚାଲାଣ କାରବାରରେ ସଂପୃକ୍ତି ଥିବା ଚୋରା ବେପାରି ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଅବକାରି ଅଧିକ୍ଷକ ଶ୍ରୀ ସେଠ ସୂଚନାଦେଇ ଛନ୍ତି।ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଗତକିଛି ଦିନହେଲା ବିଭିନ୍ନ ଅଚଂଳରେ ଚଡାଉକରା ଯାଇ ଚୋରା ଗଞ୍ଜେଇ ଚାଲାଣକୁ ରୋକିବା ସହ ଚୋରାବେପାରି ଙ୍କୁ ଗିରଫ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଓ ଗାଡି ଜବତ କରିଛନ୍ତି। ଚଳିତବର୍ଷ ଏପ୍ରିଲ ମାସ ଠାରୁ ଜୁଲାଇ ୨୧ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାଅବକାରି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉକରା ଯାଇ ୧୫ କ୍ବିଟାଂଲ ୫୭ କେଜି ଗଜେଇ, ଗୋଟିଏ ପିକକ ଭ୍ୟାନ ଗୋଟିଏ କାର ଜବତ କରିଛନ୍ତି। ଜବତ ଗଞ୍ଜେଇ ମୂଲ୍ୟ ୭୭ଲକ୍ଷ ୮୩ହଜାର ୫୦୦ଟଙ୍କା ହେବ। ଏହି ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ୧୬ଟି କେସରେ ୧୮ଜଣଙ୍କୁ ଗିରଫକରା ଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଜିଲ୍ଲା ଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ସୂଚନାଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top