ଜିଲ୍ଲାଅବକାରି ବିଭାଗ ଓ ଚିତ୍ରକୋଣ୍ଡା, ପଡିଆ ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୩୦ଲକ୍ଷ ୨୦ହଜାର ଟଙ୍କାର ଗଜେଂଇ ଜବତ, ୧୦ ଜଣ ଗିରଫ

ମାଲକାନଗିରି, ୬ା୨ (ଓଡିଆ ପୁଅ ) ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାଅବକାରି ବିଭାଗ ଓ ପଡିଆ, ଚିତ୍ରକୋଣ୍ଡା ଥାନାପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉକରା ଯାଇ ବେଆଇନ ଭାବେ ଚୋରା ଗଜେଂଇ ଚାଲାଣ କରୁଥିବା ୧୦ଜଣ ଙ୍କୁ ଗିରଫ କରିବା ସହିତ ୬କୁଇଂଟାଲ୪କେଜି ଉନ୍ନତ ମାନର ଗଜେଂଇ ଜବତ କରା ଯାଇଛି। ଯାହାର ସରକାରି ମୂଲ୍ୟ ପ୍ରାୟ ୩୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଜଣାପଡିଛି, ଆଜି ମାଲକାନଗିରି ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଚଢାଉ କରା ଯାଇ ପଦ୍ମଗିରି ପଚଂୟାତସ୍ଥ ଏମଭି ୮୪ଗ୍ରାମର ବାପ, ପୁଅ ଗଜେଂଇ ଚାଲାଣକରିବାପାଇଁ ପ୍ରସ୍ତୁତ କରୁଥିବା ବେଳେ ୪କ୍ବିଟାଂଲ ଗଜେଂଇ ସହ ପୁଅଙ୍କୁ ଗିରଫ କରିଛନ୍ତି। ଏହା ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲାଅବକାରି ଅଧିକ୍ଷକ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବଇନିସପେକ୍ଟର ପ୍ରମୋଦକୁମାର ବାଣୁଆ, ସୁଶାନ୍ତକୁମାର ପ୍ରଧାନ, ଦିଲ୍ଲିପକୁମାର ରଥ, ଜଗାରାଓ, ରାମଚନ୍ଦ୍ର ହନ୍ତାଳ, ଜେମସ.ଦିନେଶ, ପ୍ରଦୋଷ ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ମାଲକାନଗିରି ଥାନାସ୍ଥ ପଦ୍ମଗିରିପଚାଂୟତ ଏମଭି୮୪ ଗ୍ରାମର ଗଜେଂଇବେପାରି ପତିତ ବିଶା୍ୱସ ଙ୍କ ଘରଉପରେ ଚଢାଉକରିଥିଲେ, ପତିତ ବିଶା୍ୱସ ଅବକାରି କର୍ମଚାରି ମାନଙ୍କୁ ଦେଖି ଲୁଚି ଖସିପଳାଇଥିବାବେଳେ ତାଙ୍କ ପୁଅ ମହାଦେବ ବିସ୍ୱାସ ଙ୍କୁ ଅବକାରି ବିଭାଗ ଗିରଫ କରିଛନ୍ତି।

ତାଙ୍କ ନିକଟରୁ ୪କୁଂଇଟାଲ ଗଜେଂଇ ମିଳିଥିଲା, ଉକ୍ତ ଉନ୍ନତମାନର ଗଜେଂଇ ଯହାର କି ବଜାର ଦର ପ୍ରାୟ ୨୦ଲକ୍ଷଟଙ୍କା ରୁ ଉର୍ଦ୍ଦହେବ। ଏହି ଗଜେଂଇ ଗୁଡିକୁ ଚିତ୍ରକୋଣ୍ଡା ନେଇ ଛତିଶଗଡ ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବାର ଜଣାପଡିଛି। ଠିକ ସେହି ପରି ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ବିଭିନ୍ନସ୍ଥାନରେ ଚଢାଉକରି ଦିଲ୍ଲୀ ଅଚଂଳର ୪ଜଣ ଯୁବତୀ ସହିତ ଅନ୍ୟ ଦୁଇଜଣ ଯୁବକ ଚୋରାଗଜେଂଇ ଚାଲାଣ କରୁଥିବାବେଳେ ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ନିକଟରେ ୬ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୪୨କେଜି ଗଜଂଇ ଜବତ ହୋଇଛି। ପଡିଆ ଥାନା ପୁଲିସ ପକ୍ଷରୁ ମଧ୍ୟ ଚୋରାଗଜେଂଇ ଚାଲାଣ ମହାରାଷ୍ଟ୍ର ଅଚଂଳର ତିନିଜଣ. ଚୋରା ଗଜେଂଇ ବେପାରିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ନିକଟରୁ ୧୬୨କେଜି ଗଜେଂଇ ଜବତ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଜେଂଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଜେଂଇ ଚାଷ ହୋଇଥାଏ, ଏହି ସବୁଅଚଂଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଜେଂଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଜେଂଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି।

 

Leave a Reply

Your email address will not be published. Required fields are marked *