ଜିଲା ସ୍ତରୀୟ ଲୋକ ଅଦାଲତ, ୧୦୭ଟି ମାମଲାର ଫଇସଲା

ଫୁଲବାଣୀ, ୧୧ା୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଆଜି ସ୍ଥାନୀୟ ଜିଲା କୋର୍ଟ ପରିସରରେ ଏକ ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଲୋକ ଅଦାଲତରେ ସମୂଦାୟ ୫ ଶହଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିବା ବେଳେ ଏଥି ମଧ୍ୟରୁ ୧୦୭ଟି ମାମଲାର ଫଇସଲା କରାଯାଇଛି। ଏ ବାବଦକୁ ୨୩ ହଜାର ଏକ ଶହ ୩୦ ଟଙ୍କା ଆଦାୟ କରାଯାଇଥିବା କୋର୍ଟ ସୂତ୍ରରୁ ଜଣାପଡିଛି। ଆଜି ବିଚାର ପାଇଁ ଗ୍ରହଣ କରାଯାଇଥିବା ମାମଲା ମଧ୍ୟରେ ଯାନବାହନ ସଂପର୍କିତ ୪୪୪ଟି ମାମଲା ରହିଥିବା ବେଳେ ଅନ୍ୟାନ୍ୟ ୫୬ ଟି ମାମଲା ରହିଥିଲା। ଏଥି ମଧ୍ୟରୁ ଯାନବାହନ ସଂପର୍କିତ ୧୦୩ଟିର ଫଇସଲା ହୋଇ ୨୨ ହଜାର ୮ ଶହ ୩୦ ଟଙ୍କା ଆଦାୟ ହୋଇଥିଲା। ସେହିଭଳି ଅନ୍ୟାନ୍ୟ ମାମଲା ୫୬ଟିରୁ ୪ଟିର ଫଇସଲା ହୋଇ ୩ ଶହ ଟଙ୍କା ଆଦାୟ କରାଯାଇଥିଲା। ଜିଲା ଆଇନ ସେବା ପା୍ରଧିକରଣ ଆନୂକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଫୁଲବାଣୀ ଜିଲା ଦୌରା ଜଜ ଜନାବ ମହମ୍ମଦ ଅଜମଲଙ୍କ ସମେତ ପରିବାର ଅଦାଲତର ବିଚାରପତି ରୋହିତଲାଲ ପଣ୍ଡା, ସିଜେଏମ ରଶ୍ମିତା ଦଳାଇ, ସିଭିଲ କୋର୍ଟ ରେଜିଷ୍ଠ୍ରାର ଅଭିଜିତ ପଲେଇ, ଜିଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶଶିରେଖା ମିଶ୍ର, ଏସଡିଜେଏମ ପୂଣ୍ୟଶ୍ଳୋକ ରଥ, ଜେଏମଏଫସି(ପ୍ରଥମ ଶ୍ରେଣୀ) ସ୍ମରଣିକା ପ୍ରଧାନ ପ୍ରମୂଖ ଯୋଗ ଦେଇ ବିଭିନ୍ନ ମାମଲାର ଶୁଣାଣୀ କରିଥିଲେ।

Leave a Reply

Your email address will not be published. Required fields are marked *