ଖେଳ

ଜିଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୯ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତିର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲାପାଳ ଅନୁପମ ସାହା ଯୋଗ ଦେଇ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ସହ ଏହି ପ୍ରତିଯୋଗିତା ସଫଳ ଭାବେ ଓ ସୁରକ୍ଷା ଢଙ୍ଗରେ ଆୟୋଜନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ କ୍ରୀଡାରେ ହାର ଜିତକୁ ବୃକ୍ଷେପ ନକରି ସମସ୍ତେ ଲଢୁଆ ଢଙ୍ଗରେ ଖେଳିଲେ ସଫଳ ହୋଇପାରିବେ ବୋଲି କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ଉଦଘାଟନୀ ଉତ୍ସବରେ ୭ଟି ବ୍ଳକରୁ ମନୋନିତ ହୋଇଥିବା ମୋଟ ୪୨୭ଜଣ ଖେଳାଳୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରୁ ଗୋଷାଣୀ ବ୍ଳକରୁ ୭୪ଜଣ, ଗୁମ୍ମାରୁ ୬୩ଜଣ, କାଶୀନଗର ୫୫ଜଣ, ନୁଆଁଗଡ ୩୭ଜଣ, ଆର.ଉଦୟଗିର ୫୭ଜଣ, ରାୟଗଡ ୬୯ଜଣ, ମୋହନାରୁ ୭୨ଜଣ ପ୍ରତିଯୋଗି ସାମିଲ ହୋଇଥିଲେ। ଏମାନେ ୧୦୦ମି. ଦୌଡ, ୪୦୦ମି. ଦୌଡ, ୧୫୦୦ମି. ଦୌଡ, ଉଚ୍ଚଡିଆଁ, ଲମ୍ବ ଡିଆଁ, ଖୋ-ଖୋ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଯୋଗିତା ୩ଦିନ ଧରି ହେବାକୁ ଥିବା ବେଳେ ଆଜି ୧୭ବର୍ଷରୁ କମ କନିଷ୍ଠ ବିଭାଗର ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ଗମାଙ୍ଗ, ଅତିରିକ୍ତ ଜିଲାପାଳ ଧୃବରାଜ ପାଣ୍ଡେ, କ୍ରୀଡା ଅଧିକାରୀ ପ୍ରଭାକର ତ୍ରୀପାଠି ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟାରେ କ୍ରୀଡା ଶିକ୍ଷକ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top