ଜିଲା ସିଟି ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ

ପାରଳାଖେମୁଣ୍ଡି, ୧୯ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଧବଳେଶ୍ୱର ମନ୍ଦିର ପରିସରରେ ନିଖିଳ ଉତ୍କଳ ସିଟି ପ୍ରାଥମିକ ଶିକ୍ଷକ ଫେଡେରେସନ ଗଜପତି ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଏମ.ରବି କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ଆଲୋଚନା କରାଯାଇଥିଲା। ସଭାରେ ଗଜପତି ଜିଲାର ସିଟି ଶିକ୍ଷକମାନଙ୍କୁ ଅନ୍ୟ ଜିଲାମାନଙ୍କ ତୁଳନାରେ ଗ୍ରେଡପେ ଦେବାରେ ପାତର ଅନ୍ତର ହେଉଥିବା କୁହାଯାଇଥିଲା। ସେହିପରି ପ୍ରତିବାଦ କରୁଥିବା ଶିକ୍ଷକମାନଙ୍କୁ ଆକ୍ରୋଶ ଭାବେ ଦରମା ବନ୍ଦ କରିବା ଏବଂ ନିଲମ୍ବନ କରାଯିବା ବିଷୟକୁ ନେଇ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକଟ କରାଯାଇଥିଲା। ସିଟି ଶିକ୍ଷକମାନଙ୍କ ସପକ୍ଷରେ ନ୍ୟାୟାଳୟ ଗୁରୁତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଥିଲେ ମଧ୍ୟ ଗ୍ରେଡପେ ପ୍ରଦାନ କ୍ଷେତ୍ରରେ ଏହାର ଅବମାନନା କରାଯାଉଥିବାର ସଂଘ ପକ୍ଷରୁ କୁହାଯାଇଥିଲା। ସେହିପରି ୨୦୧୭ ମସିହାରେ ଉପଜିଲାପାଳଙ୍କ ଅଧ୍ୟକ୍ଷରେ ହୋଇଥିବା ଶାନ୍ତି କମିଟି ବୈଠକର କୌଣସି ନିଷ୍ପତି ହୋଇନଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକଟ କରାଯାଇଥିଲା। ଏହି ସମସ୍ତ ସମସ୍ୟା ଗୁଡିକର ସମାଧାନ ପାଇଁ ଆଗାମି ଦିନରେ ଜିଲାପାଳଙ୍କ ଦୃଷ୍ଟି ଗୋଚର କରାଯିବା ନିମନ୍ତେ ସଂଘରେ ନିଷ୍ପତି ନିଆଯାଇଛି। ଏହି ସଭାରେ ସାଧାରଣ ସମ୍ପାଦକ ଦେବରାଜ ଜେନା, ଗୁମ୍ମା ସଭାପତି ସନ୍ତୋଷ ପଣ୍ଡା, ଏସ.ତିରୁପତି, ସୁଦର୍ଶନ ଜେନା, ପୁରୁଷୋତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *