ଜିଲା ରେଡକ୍ରସ୍ ଶାଖା ବୈଠକର ଅନିୟମିତତା ନେଇ ଅସନ୍ତୋଷ

ଭଦ୍ରକ, ୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲା ରେଡକ୍ରସ୍ ଶାଖାର ବୈଠକ ଅନିୟମିତତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୫/୬ ବର୍ଷ ହେବ ଜିଲା ରେଡକ୍ରସ୍ ଶାଖାର ସାଧାରଣ କମିଟି ବୈଠକ ବସିନାହିଁ। ଯାହାକି ପ୍ରତିବର୍ଷ ବସିବା କଥା।ଏବଂ ପ୍ରତି ୩ ବର୍ଷରେ ଥରେ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଜିଲାପାଳଙ୍କ ଦ୍ୱାରା ମନୋନୀତ ହେବା କଥା। କିନ୍ତୁ ଏହି ଜିଲାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଜୀବନ ସଦସ୍ୟ ଥିଲାବେଳେ ସେମାନଙ୍କୁ ଅଣଦେଖା କରି ଦୀର୍ଘ ୧୨ ବର୍ଷ ହେଲା କାର୍ଯ୍ୟକାରୀ କମିଟି ସେହି ପୁରୁଣା ସଦସ୍ୟଙ୍କୁ ନେଇ ଚାଲୁଅଛି। ଏଥିପ୍ରତି ଜିଲାପାଳ ଗୁରୁତ୍ୱ ଦେଉନଥିବା ନେଇ ବହୁ ଆଜୀବନ ସଦସ୍ୟ ଅଭିଯୋଗ କରିଛନ୍ତି। ଏଣୁ ଜିଲାର ଆଜୀବନ ସଦସ୍ୟମାନଙ୍କର ଦାବି ମୁତାବକ ଜିଲାପାଳ ଏହି ଅନିୟମିତତାକୁ ବିଚାର କରି ଯଥାଶୀଘ୍ର ଏକ ସାଧାରଣ କିମଟି ବୈଠକ ଡକାଇ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଇବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *