କେନ୍ଦ୍ରାପଡ଼ା

ଜିଲା ରିଜର୍ଭ ପୁଲିସ ପଡିଆରେ ୫୯ତମ ସହୀଦ ଦିବସ ପ୍ୟାରେଡ

କେନ୍ଦ୍ରାପଡା, ୨୧/୧୦(ଲକ୍ଷ୍ମୀଲାନ୍ତ ନାୟକ)-ଆଜି ଜଜାଙ୍ଗସ୍ଥିତ ରିଜର୍ଭ ପୁଲିସ ପ୍ୟାରେଡ ପଡିଆରେ ୫୯ତମ ଓଡିଶା ପୁଲିସ ସହୀଦ ଦିବସ ଉପଲକ୍ଷେ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲା ଆରକ୍ଷୀ ଅଧିକ୍ଷକ ନିତି ଶେଖର କହିଥିଲେ ଯେ ଦେଶ ପାଇଁ ଜୀବନ ଉତ୍ସର୍ଗ କରି ଚଳିତ ବର୍ଷ ସାରା ଦେଶରେ ୪୧୪ ପୁଲିସ ଅଧିକାରୀ ସହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଓଡିଶାର ମାଲକାନଗିରିର ଜଣେ କନେଷ୍ଟବଳ ସହୀଦ ସଂଜୟ ମାଝୀ ଥିଲେ। ଦେଶପାଇଁ ଆତ୍ମବଳୀ ଦେଇଥିବା ସହୀଦମାନଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ନିତି ଶେଖର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡ ଉତ୍ସବରେ ଅତିରିକ୍ତ ଏସ.ପି ଅରୁଣ କୁମାର ଜେନା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସପି ରଞନ କୁମାର ଦେ, ଡିଏସପି ଜୟନ୍ତ ମହାପାତ୍ର, କେନ୍ଦ୍ରାପଡା ଥାନା ଅଧିକାରୀ ତପନ କୁମାର ନାୟକ, ସଦରଥାନା ଅଧିକାରୀ କାବୁଲି ବାରିକ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତରହି ସହୀଦମାନଙ୍କୁ ଅଭିବାଦନ ଜ୍ଞାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top