ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ବୌଦ୍ଧ, ୧୫ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ବୌଦ୍ଧ ଏନ୍ ଏ ସି ବିଜୁ ଯୁବ ବାହିନୀ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଦାନ ଶିବିରରେ ୨୫ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଜୁ ଯୁବ ବାହିନୀ ଦ୍ୱାରା ଆୟୋଜିତ ଏହି ଶିବିରରେ ଏନ୍ଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁ, ବିଜେଡି ଯୁବନେତା ଅଶୋକ ସାହୁ ଏବଂ ରକ୍ତଦାତା ପ୍ରବର୍ତକ ସଂଘର ସଭାପତି ପ୍ରବିର ଦାସ ଅତିଥିଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରକୁ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ମଳୟ କୁମାର ସାହୁ, ଟେକନିସିଆନ ଚତୁର୍ଭୁଜ ବାରିକ ଓ ଅନ୍ୟମାନେ ପରିଚାଳନା କରିଥିଲେ। ବିଜୁ ଯୁବ ବାହିନୀର ସୁନିତା ପ୍ରଧାନ, ତୋଫାନ ପରିଡା, ସଂଗ୍ରାମ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *